ସ୍କୁଟି-ବାଇକ୍ ଧକ୍କା, ଜଣେ ମୃତ

ଯୁଯୁମୁରା : ଯୁଯୁମୁରା ଥାନା ଅନ୍ତର୍ଗତ ପାଣ୍ଡରି ନିକଟ ଏକ ବୁଲାଣି ରାସ୍ତାରେ ସ୍କୁଟି ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି।

ସୂଚନା ଅନୁସାରେ ବୁଧବାର ସକାଳ ୬ ଟାରୁ ୭ ଟା ମଧ୍ୟରେ ପାଣ୍ଡରି ନିକଟରେ ଥିବା ଏକ ବୁଲାଣିରେ ସ୍କୁଟି ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ଚାରମାଲ ଥାନା ଆମଦରର ସୁରେଶ ଚନ୍ଦ୍ର ନାଏକ(୨୭)ଙ୍କ ମୃତ୍ୟୁ ହୋଇଥିଲା। ଶୁଶାନ୍ତ ଭୋଇ (୨୭) ଆହତ ହୋଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଯୁଯୁମୁରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଇଥିଲା। ସେହିପରି ଦୁର୍ଘଟଣାଗ୍ରସ୍ତ ସ୍କୁଟି ଓ ବାଇକ୍‌କୁ ଜବତ କରିଥିଲା।

ସମ୍ବନ୍ଧିତ ଖବର