ସମ୍ବଲପୁର : ସ୍ଥାନୀୟ ଲକ୍ଷ୍ମୀଡ଼ୁଙ୍ଗୁରି ଲେଭେଲ କ୍ରସିଂ ନିକଟରେ ରବିବାର ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସମ୍ବଲପୁର ପଟରୁ ବୁର୍ଲା୍ ଆଡ଼କୁ ଯାଉଥିବା ଓଡ଼ି ୦୩ କେ ୭୭୦୨ ନମ୍ବର ବିଶିଷ୍ଟ ମେଗା ଇଞ୍ଜିନିୟରିଂର ପାଣି ଟାଙ୍କି ଟ୍ରାକ୍ଟରକୁ ସେହି ଦିଗରେ ଯାଉଥିବା ଏମ୍ ପି୦୭ ଏଚ୍ୱାଇ ୩୨୩୮ ନଂ ବିଶିଷ୍ଟ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ଫଳରେ ଟ୍ରାକ୍ଟରଟି ପ୍ରାୟ ୫ଶହ ମିଟର ଘୋଷାଡ଼ି ହୋଇଯାଇଥିବା ବେଳେ ଏହାର ଡ୍ରାଇଭର କେନ୍ଦୁଝର ଜିଲ୍ଲା ଚକାଘୁନାଥପୁରର ମଧୁସୂଦନ ମହନ୍ତ(୫୩) ଗୁରୁତର ଭାବେ ଆହତ ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ବୁର୍ଲା ମେଡିକାଲ ନିଆଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ଉଭୟ ଟ୍ରାକ୍ଟର ଓ ଟ୍ରକ୍ ଓଲଟି ପଡ଼ିଥିବା ବେଳେ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏନେଇ କ୍ଷେତରାଜପୁର ପୁଲିସ ତଦନ୍ତ କରୁଛି।
ଟ୍ରାକ୍ଟରକୁ ପିଟିଲା ଟ୍ରକ୍, ଜଣେ ମୃତ
/sambad/media/post_attachments/wp-content/uploads/2018/10/acc-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)