ଆନନ୍ଦପୁର : ଆନନ୍ଦପୁର ବ୍ଲକ୍‌ ଖଡ଼ିପାଳ ଗାଁର ଲକ୍ଷ୍ମୀଧର ନାଇକ ଗୁରୁବାର ସକାଳେ ଗାଁ ପୋଖରୀ ନିକଟକୁ ଶୌଚ ହେବାକୁ ଯାଇଥିବା ବେଳେ ତାଙ୍କୁ ସାପ କାମୁଡି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଅଚେତ ଅବସ୍ଥାରେ ତାଙ୍କୁ ଗାଁ ପୋଖରୀ ନିକଟରୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଆନନ୍ଦପୁର ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ ଦେହକୁ ବ୍ୟବଚ୍ଛେଦ କରିଛି। ଲକ୍ଷ୍ମୀଧର ଆନନ୍ଦପୁର ବ୍ଲକ୍‌ରେ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ପରଲୋକରେ ଗ୍ରାମରେ ଶୋକ ପ୍ରକାଶ ପାଇଛି l