କୋଇଲା ବୋଝେଇ ଟ୍ରେନ୍‌ ଶ୍ରମିକଙ୍କ ଉପରେ ଚଢ଼ିଗଲା; ଜଣେ ମୃତ, ଅଳ୍ପକେ ବର୍ତ୍ତିଲେ ୧୮ ଶ୍ରମିକ

ଅନୁଗୁଳ : ତାଳଚେର ଜଗନ୍ନାଥ କୋଇଲା ଖଣି ସାଇଡିଂ ନିକଟରେ କୋଇଲା ବୋଝେଇ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ଟ୍ରେନ୍‌ ତଳେ ଚାପି ହୋଇ ଜଣଙ୍କର ମୃତ୍ୟୁ ହୋଇଛି। ଅପରପକ୍ଷରେ ରେଳ ଲାଇନରେ କାମ କରୁଥିବା ୧୮ ଜଣ ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୂଚନା ଅନୁସାରେ, ଭରତପୁର ଖଣିରୁ କୋଇଲା ବୋଝେଇ କରି ଏକ ମାଲବାହୀ ଟ୍ରେନ୍‌ ତାଳଚେର ଷ୍ଟେସନ ଆଡୁ ଆସୁଥିବାବେଳେ ଜଗନ୍ନାଥ କୋଇଲା ଖଣିର ୧ନମ୍ବର ସାଇଡିଂ ଠାରେ ଲାଇନଚ୍ୟୁତ ହୋଇଥିଲା। ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇ ଗୋଟିଏ ପଟକୁ ମାଡ଼ିଯିବା ଫଳରେ ସେଠାରେ ଟ୍ରେନ୍ ଟ୍ରାକ୍ କାର୍ଯ୍ୟ କରୁଥିବା ଜଣେ ଶ୍ରମିକଙ୍କୁ ଚାପି ଦେଇଥିଲା। ଏଥିରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତ ଶ୍ରମିକ ଜଣକ ହେଲେ ନବରଙ୍ଗପୁର ଅଂଚଳର ରଘୁନାଥ ଗଉଡ଼। ଅପରପକ୍ଷରେ ସେଠାରେ କାମ କରୁଥିବା ଅନ୍ୟ ୧୮ ଜଣ ଶ୍ରମିକ ଦୁର୍ଘଟଣା ଦେଖି ଦୌଡ଼ି ପଳାଇଥିଲେ। ଫଳରେ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସମ୍ବନ୍ଧିତ ଖବର