ଜାତୀୟ ପତାକା ଉତ୍ତୋଳନ ବେଳେ ଦୁର୍ଘଟଣା; ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ, ଜଣେ ଗୁରତର

ବେଗୁନିଆ: ଆଜି ଦେଶ ୭୫ତମ ସ୍ବାଧୀନତା ଦିବସ ପାଳୁଛି। ଚାରିଆଡ଼େ ଉତ୍ସବର ମାହୋଲ ରହିଛି। କିନ୍ତୁ ଖୋର୍ଦ୍ଧାରେ ଅଭାବନୀୟ ଘଟଣା ଘଟିଛି। ଜଙ୍କିଆ ଥାନା ସିକୋ ଫାଣ୍ଡିରେ ଜାତୀୟ ପତାକା ଉତ୍ତୋଳନ ବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଗ୍ରାମରକ୍ଷୀ ମୃତ୍ୟୁବରଣ କରିଛନ୍ତି। କନେଷ୍ଟବଳ ବୀରକିଶୋର ଭୋଳ ଆହତ ହୋଇଛନ୍ତି। ମୃତକ ହେଲେ ଗ୍ରାମରକ୍ଷୀ ଧନେଶ୍ଵର ଦାସ।

ରବିବାର ସକାଳ ସାଢେ ୭ଟା ରେ ଫାଣ୍ଡି ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯାଥିଲା। ପତାକା ଉତ୍ତୋଳନ ଲାଗି ପୋତା ଯାଇଥିବା ଖୁଣ୍ଟ ନିକଟରେ ଯାଇଥିବା ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗ୍ରାମରକ୍ଷୀ ଧନେଶ୍ଵର ଦାସ ଓ କନେଷ୍ଟବଳ ବୀରକିଶୋର ଭୋଳ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଖୋର୍ଦ୍ଧା ମେଡିକାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ଗ୍ରାମରକ୍ଷୀ ଧନେଶ୍ଵର ଦାସଙ୍କୁ ମୃତ ଘୋଷଣା କରିଥିଲେ। କନେଷ୍ଟବଳଙ୍କୁ ଗୁରୁତର ଭାବେ ଏମ୍ସ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ସମ୍ବନ୍ଧିତ ଖବର