ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡେ଼ନ ଥାନା ଡୋର୍କାମୁଣ୍ଡା ଗାଁରେ ବଜ୍ରାଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି । ମୃତକ ଯୁବକ ପର୍ଶୁରାମ ସତନାମୀ(୪୦) । ଏବେ ମୃତଦେହ ଖଡ଼ିଆଳ ଉପସ୍ବାସ୍ଥ୍ୟ କେନ୍ଦ୍ରରେ ରଖା ଯାଇଛି। ଗୁରୁବାର ସକାଳୁ ଡୋର୍କାମୁଣ୍ଡା ଗାଁର ପର୍ଶୁରାମ ଓ ସମ୍ପର୍କୀୟ ଲୋଭ ସତନାମୀ(୪୫) ପର୍ଶୁରାମଙ୍କ ଚାଷ ଜମିକୁ ଚାଷକାମ ପାଇଁ ଯାଇଥିଲେ।
ସେଠି ବଜ୍ରପାତ ସହ ବର୍ଷା ହେବାରୁ ଗଛ ମୂଳରେ ଆଶ୍ରୟ ନେଇଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ପର୍ଶୁରାମ ଓ ଲୋଭା ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ପର୍ଶୁରାମ ଓ ଲୋଭାଙ୍କୁ ଖଡ଼ିଆଳ ଉପସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।
ସେଠି ପର୍ଶୁରାମଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ଲୋଭାଙ୍କ ସ୍ଵାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ଅନ୍ୟପକ୍ଷରେ ପର୍ଶୁରାମଙ୍କ ମୃତଦେହ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/09/11/one-dead-one-seriously-injured-in-lightning-strike-2025-09-11-09-44-16.jpg)