ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ଜୀବନ ଗଲା

ବନ୍ତଳା: ଅନୁଗୁଳ ଜିଲ୍ଲାର ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ଜୀବନ ଯାଇଛି। ତାଙ୍କ ପରିଚୟ ମିଳିପାରି ନ ଥିବା ବନବିଭାଗ ସୂତ୍ରରୁ ଜଣାପଡ଼ିଛି।
ପ୍ରାପ୍ତ ସୂଚନା ଅନୁଯାୟୀ ବନ୍ତଳା ଥାନାର ନନ୍ଦପୁର ପଞ୍ଚାୟତର ଦୁର୍ଗମ ଅଞ୍ଚଳ ବାଘୁଆପାଟ ଗ୍ରାମକୁ ଜଣେ ବ୍ୟକ୍ତି ଗତକାଲି ସନ୍ଧ୍ୟାରେ ସାଇକେଲ ରେ ଯାଉଥିଲେ। ତେବେ ତାଙ୍କୁ ହାତୀ ଆକ୍ରମଣ କରିବାରୁ ସେ ସେ ରାତିସାରା ଜଙ୍ଗଲ ମଧ୍ୟରେ ପଡ଼ିରହିଥିଲେ।
ଆଜି ସକାଳେ ସ୍ଥାନୀୟ ଲୋକେ ଆହତ ବ୍ୟକ୍ତିଙ୍କୁ ଦେଖି ବନବିଭାଗକୁ ଖବର ଦେଇଥିଲେ। ବନ୍ତଳା ବନାଞ୍ଚଳର ଅଧିକାରୀମାନେ ଆସି ତାଙ୍କୁ ସେଠାରୁ ଉଦ୍ଧାର କରିବା ସହିତ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ତାଙ୍କର ପରିଚୟ ମିଳିପାରିନାହିଁ।
ସୂଚନାଯୋଗ୍ୟ ଯେ ଗତ ମାସରେ ବନ୍ତଳା ବନାଞ୍ଚଳର ତଳଗଡ଼ ଓ କନ୍ତମେଘ ଗ୍ରାମରେ ହାତୀ ଆକ୍ରମଣରେ ଦୁଇ ଜଣ ମୃତ୍ୟୁ ବରଣ କରିଥିଲେ। ଆଜି ପୁଣି ଜଣେ ମୃତ୍ୟୁମୁଖରେ ପଡ଼ିଛନ୍ତି। ଏଥିଲାଗି ସେହି ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର