ପାଣିରେ ବୁଡ଼ି ସମ୍ବାଦପତ୍ର ବିତରକଙ୍କ ମୃତ୍ୟୁ

ଯାଜପୁର: ଯାଜପୁର ଜିଲ୍ଲାର ବାଲିଚନ୍ଦ୍ରପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଅଞ୍ଚଳରେ ପାଣିରେ ବୁଡ଼ିଯାଇ ଖବର କାଗଜ ବିକ୍ରେତା ଠୁରିଆ ସେନାପତି (୪୨)ଙ୍କର ଆଜି ସକାଳେ ଅକାଳ ମୃତ୍ୟୁ ଘଟିଛି । ସେ ଆଜି ସକାଳେ ବାଲିଚନ୍ଦ୍ରପୁର ବଜାରକୁ ଖବରକାଗଜ ନେବା ପାଇଁ ଆସୁଥିବା ବେଳେ ତାଙ୍କ ଘର ପାଖ ଗଡ଼ିଆରେ ଶୌଚ ହେବାକୁ ଯାଇଥିଲେ । ତେବେ ତାଙ୍କର ବାତ ରୋଗ ଥିବାରୁ ସେଠାରେ ସେ ପାଣି ଭିତରେ ପଡ଼ି ଯାଇଥିଲେ ଏବଂ  ବୁଡ଼ି ଯାଇଥିଲେ ।

ସ୍ଥାନୀୟ ଲୋକେ ଖୋଜାଖୋଜି ପରେ ବି ତାଙ୍କର ପତ୍ତା ମିଳି ନ ଥିଲା । ଏହାପରେ ସ୍ଥାନୀୟ ବାସିନ୍ଦା ଦମକଳ ବାହିନୀକୁ ଏହି ଘଟଣା ସଂପର୍କରେ ସୂଚନା ଦେଇଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଡ଼ିଆ ଭିତରୁ ଠୁରିଆଙ୍କର ଶବ ଠାବ କରିଥିଲେ । ପରେ ଶବ ବ୍ୟବଚ୍ଛେଦ ପାଇଁ ବଡ଼ଚଣା ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆଯାଇଛି। ଏହି ଘଟଣା ବାଲିଚନ୍ଦ୍ରପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର