ଚାଷ ଜମିରେ ଥିବା ମଂଚାରୁ ଓହ୍ଲାଇବା ବେଳେ ହାତୀ ହାବୁଡ଼ରେ ପଡ଼ିଗଲେ ଚାଷୀ, ଦଳିଦେଲା ଦନ୍ତା

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜର ଖରାପୁରା ବନବିଭାଗ ଅଧିନସ୍ଥ ହାତୀପାହୁଳ ଗ୍ରାମରେ ହାତୀ ଆକ୍ରମଣ କରି ଦଳି ଚକଟି ଦେବାରୁ ଜଣେ ମୃତ୍ୟୁ ହୋଇ ଯାଇଛି। ମୃତକ ହେଲେ ଉଗ୍ରସେନ ଭୋଇ (୫୭)।

ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ସବୁ ଦିନଭଳି ନିଜ ଜମିକୁ ହାତୀ ନଷ୍ଟ କରି ଦେଉ ଥିବାରୁ ଜଗି ଯାଇଥିଲେ। ଜମିରେ ଏକ ମହୁଲ ଗଛ ଉପରେ ମଞ୍ଚା ମାରି ହାତୀ ଜଗି ଥିଲେ କ୍ଷ ନିକଟରେ ଥିବା ପରଡିଆପାଲିକୁ ହାତୀଆସି ଥିଲେ। ପରେ ହାତୀ ପାହୁଳଗ୍ରାମର ଧାନ ଫସଲ ଖାଇବା ପାଇଁ ହାତୀ ଆସିଥିଲେ। ହାତୀ ଉଗ୍ରସେନଙ୍କ ଜମିକୁ ଆସି ଧାନ ଫସଲ ନଷ୍ଟ କରୁ ଥିବା ଜାଣି ମଞ୍ଚାରୁ ଓହ୍ଲାଇ ଆସି ଏକ ଛୋଟ ଟର୍ଚ୍ଚ ଲାଇଟ ଧରି ତାଙ୍କ ପୁଅଙ୍କ ସହ ଗ୍ରାମର ଅନ୍ୟ ୩ ଜଣ ସାଙ୍ଗରେ ହାତୀ ଖାଉ ଥିବା ଧାନ ଜମିକୁ ଯାଇ ଘଉଡ଼ାଇ ଯାଇଥିଲେ । ଗୋଟିଏ ପଟେ ୩୦ ଟିକିଆ ହାତୀପଲ ଧାନ ଖାଉ ଥିବା ବେଳେ ଅନ୍ୟ ଜମିରେ ଦନ୍ତା ହାତୀ ଗଛ ଉହାଡ଼ରେ ଧାନ ଖାଉଥିଲା। ସେତେବେଳେ ଉଗ୍ରସେନ ଜାଣି ନ ପାରି ହାତୀ ହାବୁଡ଼ରେ ପଡି ଯାଇଥିଲେ।

ଦନ୍ତା ଉଗ୍ରରୂପ ଧରି ଛିଡ଼ା ହୋଇଥିଲା। ଘଟଣାସ୍ଥଳରେ ଉଗ୍ରସେନକୁ ମାରି ମୁଣ୍ଡ, ଗୋଟିଏ ସ୍ଥାନ ରେ ହାତ, ଗୋଡ଼, ଛିଣ୍ଡାଇ ଖଣ୍ଡ ଖଣ୍ଡ କରି ୫୦ଫୁଟ ପର୍ଯନ୍ତ ଫିଙ୍ଗି ଦେଇ ଥିଲା। ସାଙ୍ଗରେ ଯାଇଥିବା ଗ୍ରାମ ଯୁବକମାନେ ହାତୀ ଉଗ୍ରସେନକୁ ମାରିଦେଉ ଥିବା ଜାଣି ଭୟରେ ଦୌଡ଼ି ପଳାଇ ଯାଇଥିଲେ। ଖବର ପାଇ ଅନ୍ୟ ଜମିରେ ଜଗି ଥିବା ଗ୍ରାମର ପ୍ରାୟ ୧୫ଜଣ ଲୋକ ଆସି ହାତୀକୁ ଘଉଡ଼ାଇ ଥିଲେ । ହେଲେ ହାତୀ ଅମାନିଆ ହୋଇ ସ୍ଥାନ ଛାଡି ନ ଥିଲା। ସେତେବେଳେ ରାତି ୮.୩୦ ହୋଇଥଲା ବୋଲି ଗ୍ରାମବସୀ କହିଥିଲେ।

ଅନ୍ୟପଟେ ଉଲୁଣ୍ଡା ରେଞ୍ଜର ଶିବ ପ୍ରସାଦ ନାଏକ, ଖରାପୁରା ବନପାଳ ପଦ୍ମ ଲୋଚନ ପଧାନ, ଉଲୁଣ୍ଡା ବନପାଳ ଦୀନେଶ ମାଝୀ, ସ୍ୱତନ୍ତ୍ର ବନପାଳ ବିନୋଦ ସାହୁ ସମେତ କର୍ମଚାରୀ ଉଗ୍ରସେନକୁ ଘଟଣାସ୍ଥଳରେ ଜଗି ରହିଥିଲେ। ଆଜି ସକାଳେ ପୁଲିସ, ବନପାଳ ଉପସ୍ଥିତରେ ଉଗ୍ରସେନଙ୍କ ଖଣ୍ଡବିଖଣ୍ଡିତ ଶବକୁ ଏକତ୍ର କରି ସୋନପୁରକୁ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ।

ଉଗ୍ରସେନ ଭୋଇଙ୍କ ସ୍ତ୍ରୀଙ୍କୁ ବନ ବିଭାଗ ତରଫରୁ ୪୦ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା। ଆଗାମୀ ୧୫ଦିନ ଭିତରେ ବାକି ୪ଲକ୍ଷ ଟଙ୍କା ଦେବେ ବୋଲି ରେଞ୍ଜର ଶଅୀ ନାଏକ ସୂଚନା ଦେଇଥିଲେ। ଉଗ୍ରସେନଙ୍କ ପୁଅ ଧରଣୀ ଭୋଇ ତାମିଲନାଡୁ ଆଜିକୁ ୮ବର୍ଷ ହେବ ଯାଇଛନ୍ତି। ବାପାଙ୍କ ଶବକୁ ଦେଖି ପାରିନଥିଲେ। ବ୍ୟବଛେଦ ପରେ ଶବକୁ ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ସୋନପୁରରୁ ଗ୍ରାମକୁ ଶବ ପହଂଚିବା ପରେ ଏକ ଶୋକାକୁଳ ପରିସ୍ଥିତି ଉପୁଜି ଥିଲା। ବଡ଼ ପୁଅ ତରଣୀ ଭୋଇ ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧିତ ଖବର