ମହାନଦୀରେ ବୁଡି ଜଣେ ମୃତ, ୩ ଉଦ୍ଧାର

କଟକ: ମଙ୍ଗଳବାର ସନ୍ଧ୍ୟା ସାଢେ ୭ଟା ବେଳେ ନରାଜ ଡାକବଙ୍ଗଳା ନିକଟ ମହାନଦୀରେ ଗାଧୋଇବା ବେଳେ କଟକ ସ୍ଥିତ ଏବିଆଇଟି କଲେଜର ୪ ଛାତ୍ର ବୁଡି ଯାଇଥିଲେ । ଛାତ୍ରମାନେ ବୁଡିଯାଉଥିବା ଦେଖି ସେଠାରେ ଉପସ୍ଥିତ ଥିବା କିଛି ଲୋକ ୩ ଜଣଙ୍କୁ ଉଦ୍ଧାର କରି ଉପରକୁ ନେଇ ଆସିଥିଲେ।

ଅନ୍ୟ ଜଣେ ରାଉଲକେଲା ଅଞ୍ଚଳର ଦୀପେଶ ପଟ୍ଟନାୟକ ପାଣି ଭିତରେ ବୁଡିଯାଇ ନିଖୋଜ ହୋଇଥିଲେ। ସୂଚନା ପାଇ ଏନଡି ଆର ଏଫ୍ ଓ ସିଡିଏ ଅଗ୍ନୀଶମ ବିଭାଗର ବୁଡାଳିମାନେ ବୋଟ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଥିଲେ। ପ୍ରାୟ ୨ ଘଣ୍ଟା ପରେ ପାଣି ମଝିରୁ ନିଖୋଜ ଥିବା ଦିପେଶର ଶବକୁ ଉଦ୍ଧାର କରିଥିଲେ। ବାରଙ୍ଗ ଥାନା ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇବା ସହ ଆପମୃତ୍ୟୁ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର