ଘରୋଇ ବସ୍‌କୁ ଧକ୍କା ଦେଲା ବାଇକ୍; ଜଣେ ମୃତ, ଦୁଇ ଆହତ

ଡାବୁଗାଁ:  ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ମହେନ୍ଦ୍ରି ଗ୍ରାମ ନିକଟରେ ଗୁରୁବାର ଦିନ ପ୍ରାୟ ୧୦ ଘଣ୍ଟ ୩୦ ମିନିଟ ସମୟରେ ଏକ ଘରୋଇ ବସକୁ ବାଇକ୍ ପଛ ପଟୁ ଧକ୍କା ଦେବା ଫଳରେ ଜଣେ ନାବାଳକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ନାବାଳକ ଜଣକ ପାପଡା ହାଣ୍ଡି ବ୍ଲକ ଚେର ଚେଟା ପଞ୍ଚାୟତ ଅନ୍ତର୍ଗତ କନ୍ଟାସାରୁ ଗ୍ରାମର ମନ ସିଂ ଭତରାର ୬ ବର୍ଷର ପୁଅ ଶୁଶାନ୍ତ ଭତରା ବୋଲି ଜଣା ପଡିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ବସ୍ ଓ ଦୁର୍ଘଟଣା ଗ୍ରସ୍ତ ବାଇକକୁ ଜବତ କରିଛନ୍ତି। ମୃତ ନାବାଳକଙ୍କ ପରିବାର ଲୋକେ ଏ ନେଇ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସୂଚନା ଅନୁଯାୟୀ ଗୁରୁବାର ଦିନ ପ୍ରାୟ ସାଢେ଼ ୧୦ ଘଣ୍ଟ ସମୟରେ ପାପଡା ହାଣ୍ଡିରୁ ଡାବୁଗାଁ ଅଭିମୁଖେ ଗୁପ୍ତା ଟ୍ରାଭେଲ ନାମକ ଘୋରାଇ ବସ୍ (ସିଜି ୧୭ କେ ଏସ୍ ୭୯୧୯) ଆସୁଥିବା ସମୟରେ ଡାବୁଗାଁ ଥାନା ଅନ୍ତର୍ଗତ ମହେନ୍ଦ୍ରି ଗ୍ରାମ ନିକଟରେ ବସର ପଛ ପଟୁ ଆସୁଥିବା ଏକ ବାଇକ୍ (ଓଡ଼ି ୨୪ ୪୩୦୭) ଭାରସାମ୍ୟ ହରାଇ ଧକ୍କା ଦେଇଥିଲା। ବାଇକ୍ ବସକୁ ଧକ୍କା ଦେବା ପରେ ବାଇକରେ ବସିଥିବା ୪ ଜଣ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ତହିଁରୁ ମନ ସିଂ ଭତରା (୨୯), ମନ ସିଂ ଭତରାର ୬ ବର୍ଷର ନାବାଳକ ପୁଅ ଶୁଶାନ୍ତ, ରତନ ଭତରା (୩୭) ଓ କୃଷ ଭତରା (୬୫) ରାସ୍ତା ଉପରେ ପଡ଼ିଥିଲେ। ବାଇକ୍ ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଫେରାର ହୋଇଯାଇଥିଲେ।ସ୍ଥାନୀୟ ଲୋକେ ସମସ୍ତ ୪ ଜଣ ଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ତେବେ ନାବାଳକ ଶିଶୁ ଏ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ପ୍ରଥମେ ନବରଙ୍ଗପୁର ଓ ପରେ କୋରାପୁଟ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ନାବାଳକ ଶିଶୁର ରାତ୍ର ପ୍ରାୟ ୧୦ ଘଣ୍ଟ ସମୟରେ ମୃତ୍ୟୁ ଘଟିଥିଲା। ବାପା ମାନ ସିଂ, ରତନ ଓ କୃଷ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଏ ନେଇ ପରିବାରର ବଇଦୁ ଭତରା ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ କେସ ନ ୪୨/୨୨ ରେ ମାମଲା ରୁଜୁ କରିଥିବା ବେଳେ ଏହାର ତଦନ୍ତ ପୁଲିସ ଏ ଏସ ଆଇ ଏସ କେ ଘୋଷ କରୁଛନ୍ତି।

 

ସମ୍ବନ୍ଧିତ ଖବର