ଆଡିବନ୍ଧରେ ବୁଡ଼ି ଯାଇ ଜଣେ ମୃତ

ହରିଚନ୍ଦନପୁର : ହରିଚନ୍ଦନପୁର ବ୍ଲକ ସୁନାପେଣ୍ଠ ପଞ୍ଚାୟତ କମଳାଙ୍ଗୀ ଗ୍ରାମର ଏକ ଆଡିବନ୍ଧରେ ବୁଡ଼ି ଯାଇ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ପାଟପୁର ଗ୍ରାମର ଜୟପାଲ ହେମ୍ବ୍ରମ(୫୦)ଙ୍କ ଗୁରୁବାର ସନ୍ଧ୍ୟାରେ କେନ୍ଦୁଝର ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଜୟପାଲ ଗତକାଲି ସମ୍ପର୍କୀୟ ଭାଇ ଲକ୍ଷଣ ହେମ୍ବ୍ରମଙ୍କ ଘର କମଳାଙ୍ଗୀ ଗ୍ରାମକୁ ଆସିଥିଲେ। ଆଜି ପୂର୍ବାହ୍ନରେ ଆଡିବନ୍ଧରେ ଗାଧୋଇଲା ବେଳେ ପାଣିରେ ବୁଡି ଯାଇଥିଲେ। ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହରିଚନ୍ଦନପୁର ଡାକ୍ତରଖାନାକୁ ଆଣିଥିଲେ। ଅବସ୍ଥା ଗୁରୁତର ଥିବାରୁ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର