ଟ୍ରେନ୍‌ରେ କଟି ଜଣେ ମୃତ

ରାମଚନ୍ଦ୍ରପୁର : ଘସିପୁରା ବ୍ଲକ୍‌ ପଣ୍ତୁଆ ଗ୍ରାମର ବିଶ୍ବମୋହନ ଚକ୍ର (୫୨) ଟ୍ରେନ୍‌ରେ କଟି ପ୍ରାଣ ହରାଇଛନ୍ତି। ବିଶ୍ବମୋହନ ଦୁଇଦିନ ତଳୁ ଘରୁ କେଉଁଆଡ଼େ ଚାଲି ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ତାଙ୍କର କୌଣସି ସନ୍ଧାନ ନ ମିଳିବାରୁ ସାଇଁକୁଳ ଫାଣ୍ତିରେ ଏତଲା ଦେଇଥିଲେ। ଆଜି ସକାଳେ ଯାଜପୁର ଜିଲ୍ଲା କୋରେଇ ଥାନା ପାଟୁଳି ଛକ ନିକଟ ରେଳଧାରଣାରେ ତାଙ୍କ ଶବ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ରେଳବାଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହ ଜବତ କରିଛି।

ସମ୍ବନ୍ଧିତ ଖବର