ବାଇକକୁ ଧକ୍କା ଦେଲା ହାଇଓ୍ବା: ଜଣେ ମୃତ, ଜଣେ ଗୁରୁତର

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବଡସୁଆଁଳ ରଙ୍ଗମାଟିଆଠାରେ ଆଜି ଦିନ ପ୍ରାୟ ୧୨ଟା ବେଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି | ହାଇଓ୍ବା (ଓଡି-୦୧-ଏବି-୯୫୬୮) ଧକ୍କାରେ ବାଇକରେ ଥିବା ସିଆରୀମାଳିଆ ଗାଁର ସୁଧାକର ପ୍ରଧାନଙ୍କର ୪ ବର୍ଷର ପୁଅ ବିନୟ ପ୍ରଧାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ଵେଳେ ବାଇକ ଚଲାଉଥିବା ଭାଇ ନିରଂଜନ ନାୟକଙ୍କର ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିବା ସାଙ୍ଗକୁ ସେ ଗୁରୁତର ଆହତ ହୋଇଛନ୍ତି |

ଗାଡ଼ିରେ ଥିବା ବିନୟଙ୍କ ମା’ କନକ ପ୍ରଧାନ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଗୁରୁତର ନିରଞ୍ଜନଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ଯୁବ ସ୍ବେଚ୍ଛାସେବୀ ଶାନ୍ତନୁ କୁମାର ସାହୁ ସେହି ରାସ୍ତାରେ ଯାଉଥିବାବେଳେ ଦୁର୍ଘଟଣା ତାଙ୍କ ଆଗରେ ହୋଇଥିବା ବେଳେ ସେ ଆହତଙ୍କୁ ଉଠାଇ ୧୦୮ ଆମ୍ବୁଲାନ୍ସରେ ମେଡ଼ିକାଲ ପଠାଇଥିଲେ ।

ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି । କାମାକ୍ଷାନଗର ପୁଲିସ ଘଟଣାର ତଦନ୍ତ କରୁଥିବାବେଳେ ଏହି ହାଇଓ୍ବା ଗାଡି ଭୁବନ ଆଡୁ କାମାକ୍ଷାନଗର ଆଡକୁ ଆସୁଥିଲା | ସେହିପରି ବାଇକରେ ସିଆରୀମାଳିଆ ଗାଁରୁ ନିରଂଜନ ନାୟକ, ବିନୟ ଓ କନକଙ୍କୁ ନେଇ ଏକ ବାହାଘର ଭୋଜିକୁ ଯାଉଥିଲେ | ତେବେ ହାଇଓ୍ବାଟି ଏହି ବାଇକକୁ ଧକ୍କା ଦେଇଥିଲା |

ସମ୍ବନ୍ଧିତ ଖବର