ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ହାତୀ ଆକ୍ରମଣରେ ବୃଦ୍ଧଙ୍କର ମୃତ୍ୟୁ

ରାଉରକେଲା : ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଲକ ଚିତାପେଡି ପଞ୍ଚାୟତ ବାଙ୍କି ଗାଁର ଜଣେ ବୃଦ୍ଧଙ୍କୁ ହାତୀ କଚାଡି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି l ମୃତ ବୃଦ୍ଧ ଜଣକ ହେଲେ କ୍ରିଷ୍ଣl ମଲାର (୬୦)l ଖବର ପାଇ ବିଶ୍ରା ରେଞ୍ଜର ମାଣିକ ହାଁସଦା ଓ ବିଶ୍ରା ଥାନା ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି | ମୃତ ବୃଦ୍ଧଙ୍କ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି | ମିଳିଥିବା ସୂଚନା ମୁତାବକ ଝାଡ଼ଖଣ୍ଡର ମନୋହରପୁର ନିକଟସ୍ଥ ବୁମଡି ଗ୍ରାମର କ୍ରିଷ୍ଣl ମଲାର ଗତ ୩ରୁ ୪ ବର୍ଷ ହେବ ବାଙ୍କି ଗାଁ ରେ ରହିଆସୁଥିଲେ |

ସେ ଏହି ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ରହି କାମ କରୁଥିଲେ | ସବୁଦିନ ଭଳି ଆଜି ମଧ୍ୟ ସକାଳେ କ୍ରିଷ୍ଣା ବାଙ୍କି ନାଳ ନିକଟକୁ ଶୌଚ ହେବା ପାଇଁ ଯାଇଥିଲେ | ଶୌଚ ସାରି ଫେରୁଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ |

 

ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା | ଏ ବାବଦରେ ଗ୍ରାମବାସୀ ଜାଣିବା ପରେ ସ୍ଥାନୀୟ ରେଞ୍ଜର ଓ ପୁଲିସ କୁ ଖବର ଦେଇଥିଲେ | ଗ୍ରାମବାସୀଙ୍କ କହିବା ମୁତାବକ କିଛି ଦିନ ହେଲା ୮ରୁ ୧୦ଟି ହାତୀ ଝାଡ଼ଖଣ୍ଡ ଜଙ୍ଗଲରୁ ଓଡ଼ିଶା ମୁହାଁ ହୋଇଛନ୍ତି |

ସମ୍ବନ୍ଧିତ ଖବର