ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବଡ଼ହିଂସର ଗାଁରେ ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାରରେ ଆଜି ସକାଳ ସାଢେ ୭ ଟାରେ ଗଣ୍ଡଗୋଳ ହୋଇଥିଲା। ଠେଙ୍ଗା, ଟାଙ୍ଗିଆ ଧରି ଉଭୟ ପରିବାର ଗଣ୍ଡଗୋଳରେ ଜଣଙ୍କର ମୃତ୍ୟୁ ହୋଇଛି ଓ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଉଭୟ ପକ୍ଷ ଦୁଇ ଜଣଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ବଡ଼ହିଂସର ଗାଁର ନବୀନା ସାହୁ ଓ ରଘୁନାଥ ସାହୁଙ୍କ ପରିବାର ମଧ୍ୟରେ ଜମି ସୀମାକୁ ଦୀର୍ଘଦିନରୁ ବିବାଦ ରହିଛି। ଆଜି ସକାଳୁ ସୀମା ବିବାଦକୁ ନେଇ ଉଭୟ ପରିବାର ମଧ୍ୟରେ ଝଗଡ଼ା ଓ ଗଣ୍ଡଗୋଳ ହୋଇଥିଲା। ଉଭୟ ପକ୍ଷରୁ ଠେଙ୍ଗାବାଡ଼ି ଓ ଟାଙ୍ଗିଆରେ ଧରି ମାଡପିଟ ହୋଇଥିଲେ। ରଘୁନାଥଙ୍କ ପରିବାର ପକ୍ଷରୁ ଟାଙ୍ଗିଆ ଆକ୍ରମଣରେ ନବିନା ସାହୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀ ଅଶାନ୍ତି ସାହୁ ଗୁରୁତର ହୋଇଥିଲେ। ସେଇଭଳି ନବୀନା ସାହୁଙ୍କ ପରିବାର ପକ୍ଷରୁ ହୋଇଥିବା ଆକ୍ରମଣରେ ରଘୁନାଥଙ୍କ ପୁଅ ବାପି ସାହୁ ମଧ୍ୟ ଗୁରୁତର ଆହତ ହୋଇଛି। ଆଶାନ୍ତି ଓ ବାପିଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ଜରପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/781eacd7-2d2e-402c-ab5e-bbdcf0f27744.jpg)