ବଡ଼ଗାଁ: ବଡ଼ଗାଁ ଗୁଳିକାଣ୍ଡ ଘଟଣାରେ ଗୁରୁତର ହେବା ପରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗହଣା ଦୋକାନୀଙ୍କ ପୁଅ ରୋହିତଙ୍କର ମୃତ୍ୟୁ ଘଟିଥିବାର ଖବର ମିଳିଛି।
ସୂଚନାଯୋଗ୍ୟ, ଆଜି ସକାଳ ପ୍ରାୟ ୯ଟାରେ ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବସଷ୍ଟାଣ୍ଡରେ ଥିବା ନିଉ ମା ମଙ୍ଗଳା ଜୁଏଲାରି ଦୋକାନ ସାମ୍ନାରେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ଦୋକାନ ମାଲିକଙ୍କ ପୁଅଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳିଚଳାଇ ଫେରାର ହୋଇଯାଇଥିଲେ। ଏଥିରେ ସେ ଗୁରୁତର ହୋଇଥିଲା ବେଳେ ପାଖରେ ଥିବା ସରୋଜ ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଆଘାତ ଲାଗିଥିଲା।
ଏହି ଗୁଳିକାଣ୍ଡରେ ଗହଣା ଦୋକାନୀଙ୍କ ପୁଅ ରୋହିତ ବର୍ମା(୩୨) ଗୁରୁତର ହୋଇଥିଲେ। ତିନିଟି ଗୁଳି ଫୁଟିଥିବା ବେଳେ ଘଟଣାସ୍ଥଳରେ ବନ୍ଧୁକ ଓ ଫୁଟା ଓ ଅଫୁଟା ଗୁଳି ପଡ଼ିରହିଥିଲା। ୨ ଗୁରୁତରଙ୍କୁ ରାଉରକେଲାର ଜେପି ହସ୍ପିଟାଲକୁ ନିଆଯାଇଥିଲା। ତେବେ କେଉଁ କାରଣରୁ ଏହି ଗୁଳିକାଣ୍ଡ ଘଟିଛି, ତାହା ଜଣାପଡ଼ିନାହିଁ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗହଣା ଦୋକାନୀଙ୍କ ପୁଅ ରୋହିତଙ୍କର ମୃତ୍ୟୁ ଘଟିଛି।
ଅପରପକ୍ଷରେ ଏଯାଏ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସମର୍ଥ ହୋଇ ନ ଥିବା କୁହାଯାଉଛି। ଏହି ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/Shoot-Out-at-Badgaon_Man-Dies_Thumbnail.jpg)