ବ୍ରହ୍ମପୁର: ଚିକିଟି ବିଷାକ୍ତ ମଦ୍ୟପାନ ଘଟଣା ସଂପର୍କରେ ଏକ ତାଜା ଖବର ମିଳିଛି। ଏମକେସିଜି ମେଡ଼ିକାଲ ଆଇସିୟୁରେ ଚିକିତ୍ସିତ ହେଉଥିବା ଜୁର ବେହେରାଙ୍କ ପ୍ରାଣହାନି ଘଟିଛି। ଗତକାଲି ମଧ୍ୟରାତ୍ରରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ଫୋନ କରି ସୂଚନା ଦେଇଛନ୍ତି ମୃତକଙ୍କ ସାନପୁଅ ଶିବ ବେହେରା। ମୃତକ ଚିକିଟି ଜେନାପୁର ବାସିନ୍ଦା। ଜୁର ବେହେରାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଜେନାପୁର ଠାରେ ମୃତକ ଜୁର ବେହେରାଙ୍କ ଶବ ରଖି ରାସ୍ତାରୋକ ଆରମ୍ଭ କରିଛନ୍ତି ଗ୍ରାମବାସୀ।
ଏବେବି ଆଇସିୟୁରେ ଆଉ ୨ ଜଣ ଚିକିତ୍ସିତ ହେଉଥିବା ଜଣାଯାଇଛି। ଏଣେ ଏବେ ବି ୧୩ ଜଣ ଏମକେସିଜିରେ ଚିକିତ୍ସାଧୀନ ଥିବା ସୂଚନା ରହିଛି।
ବିଷାକ୍ତ ମଦ ପିଇ ୨୦ରୁ ଉର୍ଦ୍ଧ୍ୱ ଅସୁସ୍ଥ। ଗୁରୁତର ଅବସ୍ଥାରେ ୪ଜଣଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଚିକିଟି ଏନଏସି ଅନ୍ତର୍ଗତ କରବାଳୁଆ ଓ ଜେନାପୁରର ମାଉନ୍ଦୁପରୁ ଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିଥିଲା। ରନ୍ଧା ଦେଶୀ ମଦ ପ୍ରସ୍ତୁତରୁ ଏଭଳି ହୋଇଥିବା ସନ୍ଦେହ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/mkcg.jpg)