ଆସିକା: ଧରାକୋଟ ଥାନା ଅନ୍ତର୍ଗତ ବାହାଡାଗୁଡା ଛକ ଚାନ୍ଦିନୀରେ ବସିଥିବା ବେଳେ ମାଡ଼ିଗଲା ଟ୍ରକ। ଚାପି ହୋଇ ଜଣେ ମୃତ,୨ଗୁରୁତର। ଗୁରୁତରମାନଙ୍କୁ ଆସିକା ଉପଖଣ୍ଡ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ମୃତକ ହେଲେ ୪୫ ବର୍ଷୀୟ ମହେନ୍ଦ୍ର ବିଷୋୟୀ ଓ ଗୁରୁତରମାନେ ହେଲେ ଗ୍ରାମର ବୃନ୍ଦାଵନ ସ୍ୱାଇଁ ଏବଂ କାମେଶ୍ୱର ସେଠୀ।
ସୂଚନା ପ୍ରକାରେ ଆଜି ସକାଳ ପ୍ରାୟ ୬ଟା ସମୟରେ ଆସିକା ପଟୁ ଶେରଗଡ଼ ଅଭିମୁଖେ ଯାଉଥିବା ଏକ ଟ୍ରକ ବାହାଡାକୁଡ଼ା ଛକ ନିକଟରେ ଥିବା ଏକ ଦୋକାନ ମଧ୍ୟକୁ ପଶି ଯାଇଥିଲା। ଫଳରେ ଦୋକାନୀ ମହେନ୍ଦ୍ର ବିଷୋୟୀ ଟ୍ରକ ଚକତଳେ ଚାପି ହୋଇ ଘଟଣାସ୍ଥଳରେ ରେ ହିଁ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ବି ସଂକଟାପନ୍ନ ରହିଛି। ଘଟଣାସ୍ଥଳରେ ଧରାକୋଟ ପୁଲିସ ପହଞ୍ଚି ଶବ ଜବତ କରିବା ସହ ଅଧିକ ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/accident.jpg)