ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଗୋଳାବନ୍ଧ ଛକ ନିକଟରେ ମଧ୍ୟ ରାତିରେ ବାଇକ୍ ସହ ସ୍କୁଟି ଚାଳକଙ୍କ ମଧ୍ୟରେ ଧକ୍କା ହୋଇଥିଲ। ଏହାଫଳରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଶୁଆକାଠି ଗ୍ରାମର ଗୋବର୍ଦ୍ଧନ ମହାକୁଡ। ଗୋବର୍ଦ୍ଧନ ତାଙ୍କର ସମ୍ପର୍କୀୟଙ୍କ ଘର ଗୋଳାବନ୍ଧ ଗ୍ରାମକୁ ଆସିଥିଲେ। କାହାର ଦେହ ଅସୁସ୍ଥ ଥିବାରୁ ସିଏ ସ୍କୁଟି ଯୋଗେ ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ରକୁ ଭୁଲ୍ ରାସ୍ତାରେ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ବାଇକ୍ ସହ ଧକ୍କା ହୋଇଥିଲା। ଗୋବର୍ଦ୍ଧନ ଗୁରୁତର ହୋଇଥିଲେ।
ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଅନ୍ୟ ତିନି ଆହତଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଘଟଗାଁସ୍ଥଳରେ ପୁଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/Untitled-18.png)