ସୁନ୍ଦରଗଡ଼: ସୁନ୍ଦରଗଡ଼ର ରାଣୀବଗିଚା ବିଜୁ ଏକ୍ସପ୍ରେସ ୱେରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି।
ରାଉରକେଲା ପଟୁ ଦ୍ରୁତଗତିରେ ଆସୁଥିବା ଏକ ବ୍ରିଜା କର୍ ଆଗରେ ଥିବା ଟ୍ରକକୁ ଓଭରଟେକ୍ କଲାବେଳେ ଟ୍ରକରେ ପିଟି ହୋଇ ଚୂରମାର ହୋଇଯାଇଛି। ଟ୍ରକ ସହ ଧକ୍କା ଏତେ ଜୋରରେ ହୋଇଥିଲା ଯେ କାରର ଆଗ ସିଟରେ ବସିଥିବା ଜଣେ ଲୋକ ଛିଟିକି ଯାଇ ବ୍ରିଜ୍ ତଳେ ପଡ଼ି ପ୍ରାଣ ହରାଇଛନ୍ତି।

Advertisment

କାରରେ ଡ୍ରାଇଭର ଚାପି ହୋଇ ଗୁରୁତର ଥିବାବେଳେ ଅଗ୍ନିଶମ ବାହିନୀ କଟରରେ କାରକୁ କାଟି ତାଙ୍କୁ ବାହାର କରିବାକୁ ଉଦ୍ୟମ ଚଳାଇଛନ୍ତି। ମୃତାହତଙ୍କ ପରିଚୟ ମିଳିନାହଁ।