ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଝାଡ଼ାବାନ୍ତି ଆତଙ୍କ ଖେଳିଯାଇଛି। ଏଠାରେ ଜଣେ ୬୦ ବର୍ଷୀୟା ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ ଏବେ ୧୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବାର ଖବର ମିଳିଛି। ମୃତ ମହିଳା ହେଲେ କୋମନା ବ୍ଲକ ଜଟଗଡ ଗ୍ରାମର ଲାଲାଦେଇ ହଂସ।
ଯେଉଁ ଆକ୍ରାନ୍ତଙ୍କର ପରିଚୟ ମିଳିଛି, ସେମାନେ ହେଲେ ଜଟଗଡ ଗ୍ରାମର ଅରୁଣ ନିଆଲ (୮୦), ଚୈତନ୍ୟ ନିଆଲ (୩୬), ମଧୁ ପରାଭୂଏ (୩୭), ନୂଆପଡ଼ା ବ୍ଲକର ଛିନପାଣି ଗ୍ରାମର ଭାନୁ ସାହୁ ଓ ତେଜରାମ ସାହୁ। ଏମାନଙ୍କୁ ଗତକାଲି ବିଳମ୍ବିତ ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏବେ ସେମାନଙ୍କର ଚିକିତ୍ସା ଚାଲିଛି।
ଏଣେ ଜଡଗଡ ଗାଁରେ ୫୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବାର ଖବର ପାଇ ସେଠାରେ ଏକ ଡାକ୍ତରୀ ଟିମ୍ ପହଞ୍ଚିଥିବାର ଖବର ମିଳିଛି। ଗୁରୁତରମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯିବ ବୋଲି ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/Untitled-31.png)