ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀର ଗାଁରେ ନିର୍ବାଚନ ପ୍ରଚାର ବେଳେ ଠେଲାପେଲା ଘଟିବା ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହି ମୃତ୍ୟୁ ଘଟଣାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଧାମନଗର ଥାନା ଜାହାଙ୍ଗୀର ଗାଁକୁ ଗତକାଲି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ନିର୍ବାଚନ ପ୍ରଚାର କରିବାକୁ ଯାଇଥିଲେ। ସେତିକିବେଳେ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ପରେ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା। ଏହି ସମୟରେ ପ୍ରତାପ ରାଉତ ନାମକ ଜଣେ ୫୨ ବର୍ଷ ବୟସ୍କ ଲୋକ ତଳେ ପଡ଼ିଯାଇଥିଲେ। ତାପରେ ତାଙ୍କୁ ଧାମନଗର ମେଡିକାଲକୁ ନିଆଯାଇଥିଲା।
ସେଠାରେ ଆଜି ସକାଳେ ଡାକ୍ତର ପ୍ରତାପ ରାଉତଙ୍କୁ ମୃତ ଘୋଷଣା କରିଥିଲେ। ପ୍ରତାପ ରାଉତ ଜଣେ ବିଜେଡି କର୍ମୀ ବୋଲି କୁହାଯାଉଛି। ପ୍ରତାପ ରାଉତଙ୍କ ମୃତ୍ୟୁକୁ ନେଇ ଜାହାଙ୍ଗୀର ଗାଁରେ ଚାପା ଉତ୍ତେଜନା ଲାଗି ରହିଛି। ଗାଁରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଏନେଇ ଧାମନଗର ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/FGO6Z3IVkAEieSn.jpg)