କାକଟପୁର: ପୁରୀ ଜିଲ୍ଲା କାକଟପୁର ନିକଟ ଦେଇ ପ୍ରବାହିତ ‘ଦେବୀ ନଦୀ’ରେ ପୁଣି ଥରେ ଅଘଟଣ ଘଟିଛି। ଗାଧୋଇବା ବେଳେ ଗୁରୁବାର ତିନିଜଣ ସାଙ୍ଗ ଜଳର ସ୍ରୋତରେ ଭାସିଯାଇଛନ୍ତି। ଅଗ୍ନିଶମ ବାହିନୀ ୨ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତି ହେଲେ ସେକ୍ ଦାନିବ (୧୭)।
ସୂଚନା ଅନୁସାରେ କାକଟପୁର ବ୍ଲକ ଅନ୍ତର୍ଗତ ଲତାହରଣ ଗ୍ରାମପଞ୍ଚାୟତ ବାଉରିଆକଣ ଗ୍ରାମ ଲତାହରଣ ବସ୍ତିର ସେକ୍ ୟାକୁବ୍ଙ୍କ ପୁଅ ସେକ୍ ଦାନିବ ୩ ଜଣ ସାଙ୍ଗଙ୍କ ସହିତ ବାଉରିଆକଣ ଦେବୀ ନଦୀକୁ ଦିନ ୧୨ଟା ସମୟରେ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେକ୍ ଦାନିବ ପାଣିରେ ବୁଡ଼ିଯାଇ ନିଖୋଜ ହୋଇଯାଇଛନ୍ତି। ଅନ୍ୟ ଦୁଇ ସାଙ୍ଗ ଏ ସମ୍ପର୍କରେ ଗ୍ରାମରେ ଜଣାଇବା ପରେ ସଂଗେ ସଂଗେ ନଦୀକୂଳକୁ ଲୋକଙ୍କ ସୁଅ ଛୁଟିଥିଲା।
/sambad/media/post_attachments/wp-content/uploads/2023/03/river1.jpg)
ଖବର ପାଇ ନିକଟସ୍ଥ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ନଦୀ ମଧ୍ୟରେ ଦାନିବକୁ ଖୋଜାଖୋଜି ଆରମ୍ଭ କରିଦେଇଛନ୍ତି। ଅପରାହ୍ନ ୪ଟା ସୁଦ୍ଧା ଦାନିବର କୌଣସି ପତ୍ତା ମିଳି ପାରିନାହିଁ । ଏଠାରେ ପ୍ରକାଶ ଯୋଗ୍ୟ, ଦାନିବ ଜଣେ ମେଧାବୀ ଛାତ୍ର ଥିବାବେଳେ ସେ ନିକଟରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ୨୭ ତାରିଖ ଦିନ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ମାଛଗାଁ ନିକଟ ଦେବୀ ନଦୀରେ ବୁଡ଼ି ଯାଇ ତିନି ଜଣ ନାବାଳକ ବୁଡ଼ିଯାଇଥିଲେ। ସୋମବାର ଦିନ ପ୍ରାୟ ୧୦ଟା ବେଳେ ୪ ଜଣ ସାଙ୍ଗ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ବୁଡ଼ି ଯାଇଥିଲେ। ସଂଧ୍ୟା ସୁଦ୍ଧା ଆମ୍ବଶାଳ ଚନ୍ଦ୍ରପଡ଼ା ଗ୍ରାମର କ୍ଷୀରୋଦ ବାରିକଙ୍କ ପୁଅ ସତ୍ୟଜିତ ବାରିକ (ବବ୍ଲୁ, ୧୬ ବର୍ଷ) ଓ ଚନ୍ଦ୍ରପଡ଼ା ଗ୍ରାମର ମାନସ ବାରିକଙ୍କ ପୁଅ ସ୍ୱାଭିମାନ ବାରିକ (କାହ୍ନା,୧୬ ବର୍ଷ)ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଭୁବନେଶ୍ୱର ସତ୍ୟନଗର ଅଞ୍ଚଳର କୁନା ପାତ୍ରଙ୍କ ନବମ ଶ୍ରେଣୀ ପଢ଼ୁଥିବା ପୁଅ ଶୁଭମ୍ ପାତ୍ର(୧୬)ଙ୍କର ଗତକାଲି ପତ୍ତା ମିଳିନଥିଲା। ମଙ୍ଗଳବାର ସକାଳୁ ଶୁଭମ୍ ପାତ୍ରର ମୃତଦେହ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/river.jpg)