ଦଶାଶ୍ବମେଧ ଘାଟରେ ବୁଡ଼ି ଶ୍ରଦ୍ଧାଳୁ ମୃତ

ଯାଜପୁରସଦର : ଯାଜପୁରଟାଉନ ଥାନା ଅନ୍ତର୍ଗତ ଦଶାଶ୍ବମେଧ ଘାଟରେ ବୁଡ଼ି ଜଣେ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଛି। ମୃତକ କଟକ ବକ୍ସିବଜାର ଅଞ୍ଚଳର ପ୍ରଦୀପ କୁମାର ବୋଷ(୫୭)।

ସେ ନିଜ ପରିବାରର ମୃତ ସଦସ୍ୟଙ୍କୁ ପିଣ୍ଡଦାନ କରିବାକୁ ଆସିଥିଲେ। ଏହି ସମୟରେ ସେ ପାଣିରେ ବୁଡ଼ି ଯାଇଥିଲେ। ଗଭୀର ପାଣିକୁ ଯିବା ପାଇଁ ସ୍ଥାନୀୟ ଲୋକେ ବାରଣ କରିଥିଲେ ମଧ୍ୟ ସେ ଅସାବଧାନତା ବଶତଃ ବୁଡ଼ି ଯାଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ତାଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର