ହାଟଡିହି : ହାଟଡିହି ବ୍ଲକ୍ ସୋସୋ ଥାନା ପୁରୁଣାପାଣି ଗ୍ରାମରେ ମୋରମ ଖାଦାଦରେ ବୁଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ବୁଧବାର ଅପରାହ୍ଣ ୨ଟାବେଳେ ଗ୍ରାମର ଲାଖାଇ ବେଶ୍ରା (୪୫) ମୋରମ ଖାଦାନକୁ ଗାଧୋଇବା ପାଇଁ ଯାଇଥିବାଲେ। ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡ଼ି ଯାଇଥିଲେ। ସେଠାରେ ଗାଧୋଉଥିବା ଅନ୍ୟମାନେ ପାଟି କରିବାରୁ ସ୍ଥାନୀୟ ଲୋକେ ପାଣିକୁ ଡେଇଁ ତାଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା।
ଏନେଇ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ଲିଖିତ ଅଭିଯୋଗ ନପାଇଲେ ଘଟଣାସ୍ଥଳକୁ ଯିବନାହିଁ ବୋଲି ପୁଲିସ କହିବାରୁ କିଛି ଗ୍ରାମବାସୀ ଅଭିଯୋଗ କରିବାକୁ ସୋସୋ ଥାନାକୁ ଆସିଥିବା ଜଣାପଡ଼ିଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ମୋରମ ଖାଦାନ ନିକଟରେ ଶବ ପଡ଼ିଥିବା ଗ୍ରାମବାସୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/drowned_death_271221_1200.jpg)