ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଦକ୍ଷିଣ ବନଖଣ୍ଡ ଅଧିନସ୍ତରେ ଥିବା କର୍ଲାପାଟ ଅଭୟାରଣ୍ୟରେ ପୁଣି ଏକ ହାତୀର ଦନ୍ତା ହାତୀର ମୃତ୍ୟୁ ଘଟିଛି। ଯାକମରୁ ୧୦୦ ମିଟର କୁକୁରପଘାଟିର ସେମିଝରନ ଠାରେ ଏକ ଦନ୍ତା ହାତୀଙ୍କ ମୃତ୍ୟୁ ହୋଇଛି। ଦୁର୍ଗନ୍ଧ ଦେବା ପରେ ବନବିଭାଗ ସୂଚନା ପାଇ ମୃତ ହାତୀକୁ ପୋତି ଦେଇଛି। ଏହି ଚାଞ୍ଚଲ୍ୟକର ଘଟଣାକୁ କଳାହାଣ୍ଡି ବନବିଭାଗ ଚାପି ଦେଉଥିବା ପାଇ ଚେଷ୍ଟା କରୁଥିବା ସାଧାରଣ ଚର୍ଚ୍ଚା ହେଉଛି।
ଏହି ଘଟଣା ଗତ ୪ତାରିଖ ଦିନ ଘଟିଥିବା ଜଣାଯାଇଛି। ରାତା ରାତି ବନବିଭାଗ ମୃତ ହାତୀକୁ ପୋତି ଦେଇ ଘଟଣାକୁ ଘଣ୍ଟ ଗୁଡ଼ାଇବାରେ ବ୍ୟସ୍ତ ରହିଛି। ଯଦି କୌଣସି କାରଣରୁ ହାତୀର ମୃତ୍ୟୁ ହେଲା ତାହା ଏଯାଏଁ କୌଣସି ଗଣମାଧ୍ୟମ ପାଖରେ ସୂଚନା ନ ଥିବା ଓ ବନବିଭାଗ ସୂଚନା ଗଣମାଧ୍ୟମକୁ ଦେଇ ନ ଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।
ଏ ସମ୍ପର୍କରେ ଡିଏଫ୍ଓଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କଲାପରେ ହାତୀ ମୃତ୍ୟୁ ହୋଇଥିବା ନେଇ ସେ ସ୍ଵୀକାର କରିଛନ୍ତି। ହାତୀ କେମିତି ମଲା, କେଉଁ କାରଣରୁ ମଲା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ ଦୋଷ ଲୁଚାଇବା ପାଇଁ କାହିଁକି ରାତିରାତି ପୋତି ଦେଲେ ତାହା ଏବେ ତଦନ୍ତ ସାପେକ୍ଷ। ସୂଚନାଯୋଗ୍ୟ, ଗତବର୍ଷ କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ପାଇଁ ରାଜ୍ୟବ୍ୟାପି ଚର୍ଚ୍ଚା ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/elephant-narasinghpur-603x430-1.jpg)