ନୀଳଗିରି: ବନ୍ୟପ୍ରାଣୀଙ୍କ ପାଇଁ ଅସୁରକ୍ଷିତ ହୋଇପଡିଛି ବାଲେଶ୍ବର ଜିଲ୍ଲାର ନୀଳଗିରି କୁଲଡିହା ଅଭୟାରଣ୍ୟ। ଏଠାରେ ବର୍ଷକ ମଧ୍ୟରେ ୭ଟି ହାତୀ ମୃତ୍ୟବରଣ କରିଥିବା ବେଳେ ପୁଣି ଏକ ଛୁଆ ହାତୀ ମୃତ୍ୟୁ ହୋଇଛି। ଅଭୟାରଣ୍ୟର ପୁରୁଣାପାଣି ବିଟ୍‌ହାଉସ ଡ଼ାଙ୍ଗରପୋଖରୀ ନିକଟରେ ଦନ୍ତାହାତୀ ଆକ୍ରମଣରେ ୩ ବର୍ଷ ଛୁଆ ହାତୀଟିର ମୃତ୍ୟୁ ହୋଇଥିବା କୁଲଡ଼ିହା ରେଞ୍ଜର ଅନନ୍ତଜେନା ସୂଚନା ଦେଇଛନ୍ତି। ବନ କର୍ମଚାରୀମାନେ ପାଟ୍ରୋଲିଂ ବେଳେ ହାତୀ ମୃତ୍ୟୁ ଦେଖି ଏ ସମ୍ପର୍କରେ ଖବର ପାଇଥିଲେ।

Advertisment

publive-image

ଅନ୍ୟପକ୍ଷରେ, ଗୋଟିଏ ବର୍ଷରେ କୁଲଡିହା ଅଭୟାରଣ୍ୟରେ ୮ଟି ହାତୀ ମୃତ୍ୟୁ ପରେ ରେଞ୍ଜ ଅଧିକାରୀ ଓ ସ୍ଥାନୀୟ ବନ କର୍ମଚାରୀଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠିଛି। ବନପାଳ, ବନରକ୍ଷକ, ଫାୟାର ଓ୍ବାଚର, ସବୁଜ ବାହିନୀ, ଗଜସାଥି ଭଳି ଗଣ୍ଡା ଗଣ୍ଡା କର୍ମଚାରୀ ବନ୍ୟପ୍ରଣୀଙ୍କ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଥିବାବେଳେ ଅଭୟାରଣ୍ୟରେ ଶିକାରୀମାନେ ପଶି କେମିତି ହାତୀ ଶିକାର କରୁଛନ୍ତି, ତାହା ସଭିଙ୍କୁ ବିବ୍ରତ କରିଛି। ରାଜ୍ୟ ସରକାର ହାତୀ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସ୍ଥାନୀୟ ବନବିଭାଗ ଜୀବଜନ୍ତୁଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ନଦେଇ ଅଭୟାରଣ୍ୟରେ ଚାଲିଥିବା କୋଟି କୋଟି ଟଙ୍କର ପ୍ରକଳ୍ପକୁ ନିମ୍ନମାନର କରି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରୁଥିବାର ଅଭିଯୋଗ ହୋଇଛି ।