ହୀରାକୁଦର ଗୋଟିଏ ଗେଟ୍‌ ଖୋଲା

ସମ୍ବଲପୁର :ଶନିବାର ହୀରାକୁଦ ଜଳଭଣ୍ଡାରର ଗୋଟିଏ ସ୍ଲୁଇସ୍‌ ଗେଟ୍‌ ଖୋଲା ଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଧୀରେ ଧୀରେ ବଢ଼ିବାରେ ଲାଗିଛି। ଶୁକ୍ରବାର ସନ୍ଧ୍ୟା ୬ଟାରେ ଜଳଭଣ୍ଡାରର ଜଳସ୍ତର ୬୧୨.୬୯ ଫୁଟ୍‌ ରହିଥିବା ବେଳେ ଶନିବାର ଏହି ସମୟରେ ୬୧୩.୩୭ ଫୁଟ୍‌ରେ ପହଂଚିଛି। ଏହି ସମୟରେ ଜଳଭଣ୍ଡାରକୁ ୩୬,୪୭୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩୦,୫୬୪ କ୍ୟୁସେକ ନିଷ୍କାସିତ ହେଉଥିଲା। ଏଥିରୁ ସ୍ଲୁଇସ୍‌ ଗେଟ୍‌ ଦେଇ ୧୫,୦୦୦ କ୍ୟୁସେକ ଜଳ ମହାନଦୀରେ ଛଡ଼ାଯାଇଛି। ପାଓ୍ଵାର ଚାନେଲରେ ୧୧,୦୮୮ କ୍ୟୁସେକ ଓ କେନାଲଗୁଡ଼ିକରେ ୪,୧୯୯ କ୍ୟୁସେକ ଜଳ ଛଡ଼ାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ(ସକାଳ ସାଢ଼େ ୮ଟା ସୁଦ୍ଧା) ଜଳଭଣ୍ଡାରର ଉପର ମୁଣ୍ଡରେ ୧.୪୮ ମିମି ଓ ତଳ ମୁଣ୍ଡରେ ୦.୩୪ ମିମି ବର୍ଷା ରେକର୍ଡ କରାଯାଇଥିବା ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର