ଭୁବନେଶ୍ବର: ଆଜି ରାତି ୯ଟାରୁ ଆରମ୍ଭ ହେବାକୁ ଥିବା ନାଇଟ୍ କର୍ଫ୍ୟୁ ଶନିବାର ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ଏବଂ ଶନିବାର ସକାଳ ଠାରୁ ରବିବାର ସମ୍ପୂର୍ଣ୍ଣ ଦିନ ଓ ରାତିରେ ସଟ୍ଡାଉନ୍ ହେବ। ଅର୍ଥାତ୍ ଆଜି ରାତି ୯ଟା ରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଦୋକାନ ବଜାର, ଗାଡ଼ିମଟର ସବୁ ବନ୍ଦ। ଏହା ବାଦ ଶନିବାର ଓ ରବିବାର ସକାଳ ୫ଟା ରୁ ୬ଟା ଗୋଟିଏ ଘଣ୍ଟା ପାଇଁ ଯେଉଁମାନେ ଜଗିଙ୍ଗ,ମର୍ଣ୍ଣିୱାର୍କ ବା ସାଇକେଲିଂ କରୁଛନ୍ତି ସେମାନଙ୍କ ପାଇଁ ଫ୍ରି କରାଯିବ। ଏନେଇ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି।
ସପ୍ତାହନ୍ତ ସଟଡାଉନର ସମୟକୁ ନେଇ ଦ୍ୱନ୍ଦ୍ୱ ଉପୁଜୁଥିବା ବେଳେ ଏହା ବାବଦରେ ସମସ୍ତ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର। ଶୁକ୍ରବାରରୁ ଆରମ୍ଭ ହେବାକୁ ଥିବା ନାଇଟକର୍ଫ୍ୟୁ ଶନିବାର ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଶନିବାର ସକାଳ ଠାରୁ ଆରମ୍ଭ ହେବ ସପ୍ତାହାନ୍ତ ସଟଡାଉନ। ଆଉ ଏହା ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ। ଆଉ ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ଛାଡ଼ିଦେଲେ ସମସ୍ତ ପ୍ରକାର ସେବା ବନ୍ଦ ରହିବ।
ସେହିଭଳି ପଶ୍ଚିମବଙ୍ଗରୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର। ଏନେଇ ଗତକାଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କେବଳ ୪୮ ଘଣ୍ଟା ପୂର୍ବରୁ ଆରଟିପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ କିମ୍ବା ଟିକାର ଡବଲ ଡୋଜ ନେଇଥିଲେ ହୋମ କ୍ୱାରେଣ୍ଟାଇନ ପାଇଁ ଅନୁମତି ମିଳିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/shutdown-info23_Thumb.jpg)