ଖଇରା: ଖଇରା ଥାନା ଅଧୀନ ଖଇରା ବଜାରରେ ୨ ବାଇକ୍‌ ଆରୋହୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଜଣେ ଗୁରତର ଅବସ୍ଥାରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଖଇରା ପଞ୍ଚାୟତ ପୁରୁଷୋତ୍ତମପୁର ଗ୍ରାମର ଅଶୋକ ବାରିକ ଗତକାଲି ସଂଧ୍ୟାରେ ବଜାରରୁ ନିଜ କାମସାରି ଘରକୁ ଫେରୁଥିଲେ। ଏହି ସମୟରେ ଝିଙ୍କିରିଆ ପଞ୍ଚାୟତ ସିଙ୍ଗିପୁର ଗ୍ରାମର ସଦାଶିବ ବାରିକଙ୍କ ପୁଅ ମନୋରଞ୍ଜନ ଓ ନାରାୟଣ ସାହୁଙ୍କ ପୁଅ ଚିନ୍ମୟ ଏକ ବାଇକ୍‌ରେ ପୂର୍ବ ଶତ୍ରୁତାକୁ ନେଇ ଅଶୋକଙ୍କୁ ଗାଳିଗୁଲଜ କରିବା ସହ ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ଅଶୋକ ଗୁରୁତର ଆହତ ହୋଇ ଏବେ ମେଡିକାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ଏନେଇ ଅଶୋକ ଖଇରା ଥାନାରେ ଅଭିଯୋଗ କରବା ପରେ ପୁଲିସ୍‌ କେସ୍‌ ନମ୍ବର-୨୫୮/୨୩ ଅଭିଯୁକ୍ତ ମନୋରଞ୍ଜନ ଓ ଚିନ୍ମୟଙ୍କୁ କୋର୍ଟ ଚାଲାଣ କରିଛି।