ହରିଚନ୍ଦନପୁର : ଭାଲୁ ଆକ୍ରମଣରେ ଜଣେ ଆହତ

ହରିଚନ୍ଦନପୁର : ହରିଚନ୍ଦନପୁର ବ୍ଲକ ସୁନାପେଣ୍ଠ ପଞ୍ଚାୟତ କମଳାଙ୍ଗୀ ଗ୍ରାମର ଗୋବିନ୍ଦ ମହାନ୍ତ (୫୨) ରବିବାର ଭାଲୁ ଆକ୍ରମଣରେ ଆହତ ହୋଇଛନ୍ତି । ଶ୍ରୀ ମହାନ୍ତ ରବିବାର ଦିନ ଗ୍ରାମର ତିନି ଜଣଙ୍କ ସହ ସାଙ୍ଗ ହୋଇ ନିକଟସ୍ଥ ଜଙ୍ଗଲକୁ ଛେଳି ଚରାଇବା ପାଇଁ ଯାଇଥିଲେ । ହଠାତ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ଅନ୍ୟମାନେ ପାଟି କରିବାରୁ ଭାଲୁଟି ଜଙ୍ଗଲ ଭିତରକୁ ଚାଲି ଯାଇଥିଲା। ଆହତ ବ୍ୟକ୍ତିଙ୍କୁ ହରିଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର