ସଇନ୍ତଳା : ଭାଲୁ ଆକ୍ରମଣରେ ସଇନ୍ତଳା ବ୍ଲକ୍ ଆମ୍ବପାଲି ପଞ୍ଚାୟତ କୁଶମାଲ ଗାଁର ଟୁନୁ ଭୋଇ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ସଇନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୋମବାର ଟୁନୁ ତାଙ୍କ ଚାଷଜମିକୁ ବୁଲି ଯାଇଥିଲେ। ଏହି ସମୟରେ ଭାଲୁକୁ ଦେଖି ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କ ହାତକୁ ଭାଲୁ କାମୁଡ଼ି ଦେଇଥିଲା। ପରେ ଭାଲୁଟି ଘଣ୍ଟମାଲ ଗାଁ ମୁଣ୍ଡରେ ଯାଉଥିବା ଦେଖି ଗାଁର କିଛି ଯୁବକ ତାକୁ ଘଉଡ଼ାଇ ଦେଇଥିଲେ। ଖବର ପାଇ ଟିଟିଲାଗଡ଼ ବନ ବିଭାଗ କର୍ମଚାରୀମାନେ ଭାଲୁକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।
ଭାଲୁ ଆକ୍ରମଣରେ ଜଣେ ଗୁରୁତର
/sambad/media/post_attachments/wp-content/uploads/2019/06/bear-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)