ଷଣ୍ଢ ଆକ୍ରମଣରେ ଜଣେ ଗୁରୁତର

ପୁରୀ : ଗତ କାଲି ବିଳମ୍ବିତ ରାତିରେ ସମୁଦ୍ରକୂଳ ଅଞ୍ଚଳରେ ଏକ ଷଣ୍ଢ ଆକ୍ରମଣରେ ଜଣେ ଯୁବତୀ ଗୁରୁତର ଆହତ ହୋଇଛନ୍ତି। ଖବର ନେବାରେ ଜଣାପଡ଼ିଛି ଯେ ସହିଦ ନଗର ନିବାସୀ ପଦ୍ମିନୀ ରାମ(୨୫) ଗତ କାଲି ରାତି ପ୍ରାୟ ସାଢ଼େ ନଅଟାରେ ସମୁଦ୍ରକୂଳ ଅଞ୍ଚଳରେ ବୁଲାବୁଲି କରୁଥିବା ବେଳେ ଏକ ଷଣ୍ଢ ତାଙ୍କୁ ଆକ୍ରମଣ କରିଥିଲା। ପଦ୍ମିନୀଙ୍କୁ ଚିକିତ୍ସା ଲାଗି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିି କରାଯାଇଛି।

ସମ୍ବନ୍ଧିତ ଖବର