ବସ୍‌ ଦୁର୍ଘଟଣାରେ ଜଣେ ଗୁରୁତର, ଉତ୍ତ୍ୟକ୍ତ ଲୋକ ବସ୍‌ ଜାଳିଦେଲେ

ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବଜାରରେ ଏକ ବସ୍‌ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିଲେ। ଏହି ଦୁର୍ଘଟଣାକୁ କେନ୍ଦ୍ରକରି ଉତ୍ତ୍ୟକ୍ତ ଜନତା ରାସ୍ତା ଅବରୋଧ କରିବା ସହ ଦୁର୍ଘଟଣା ଘଟାଇଥିବା ବସ୍‌ରେ ନିଆଁ ଲଗାଇ ଦେଇଛନ୍ତି।

ଆଜି ସନ୍ଧ୍ୟାରେ ମାହାଙ୍ଗା ଥାନା ଗୋତରା ଗ୍ରାମ ପଂଚାୟତ ପ୍ରହରାଜପୁର ଗ୍ରାମର ରାଜେନ୍ଦ୍ର ପୃଷ୍ଟି (୩୮) ମଟର ସାଇକେଲରେ ନିଶ୍ଚିନ୍ତକୋଇଲିକୁ ଆସୁଥିଲେ। ଏହି ସମୟରେ ଆଳିରୁ କଟକ ଅଭିମୁଖେ ଯାଉଥିବା ଏକ ଘରୋଇ ବସ ପପୁ (ରାଜଭଟ୍ଟ) ତାଙ୍କ ମଟରସାଇକେଲକୁ ଧକ୍କା ଦେଇଥିଲେ। ଗାଡିଟି ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ଏକ ହାଇୱା (ଓଆର୧୯ ଏଲ୍ ୫୭୦୦)ରେ ପିଟି ହୋଇ ଯାଇଥିଲା। ଫଳରେ, ମଟରସାଇକେଲ ଚାଳକ ରାଜେନ୍ଦ୍ର ଗୁରୁତର ଅବସ୍ଥାରେ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ନିଶ୍ଚିନ୍ତକୋଇଲି ଦମକଳବାହିନୀ କର୍ମଚାରୀଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ପରେ ସଂକଟାପନ୍ନ ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

ଦୁର୍ଘଟଣା ଖବର ପରେ ସାଧାରଣରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ଓ ଉତ୍ତ୍ୟକ୍ତ ଲୋକ ନିଶ୍ଚିନ୍ତକୋଇଲି ବଜାରରେ ଟାୟାର ଜାଳି କଟକ ଚାନ୍ଦବାଲି ରାସ୍ତାକୁ ଅବରୋଧ କରିଥିଲେ। ବସ୍‌ରେ ନିଅାଁ ଲଗାଇଥିଲେ। ପ୍ରାୟ ଦୁଇ ଘଂଟା ଧରି ସେଠାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବା ସହ ଯାତାୟାତ ଠପ୍ ହୋଇ ଯାଇଥିଲା। ଖବର ପାଇ ନିଶ୍ଚିନ୍ତକୋଇଲି ଦମକଳ ବାହିନୀ ଘଟଣା ସ୍ଥଳରେ ପହ‌ି ନିଆଁକୁ ଆୟତ୍ତ କରିଥିଲେ। ତେବେ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ହେବାରୁ ଦୂରଦୂରାନ୍ତ ବସ୍ ଓ ଅନ୍ୟ ଗାଡ଼ିରେ ଆସିଥିବା ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ।

ସମ୍ବନ୍ଧିତ ଖବର