ଲକ୍ଷ୍ମୀପ୍ରସାଦ/ ବାଉଁଶୁଣୀ : ବୌଦ୍ଧ ବ୍ଲକ୍ ପଲସପାଟ ଛକଠାରେ ରାଜ୍ୟ ବାହାର ଅଞ୍ଚଳର ଏକ କାର୍ (ଜିଜେ ୦୧ ଆର୍ଏମ୍ ୨୬୫୪) ଭରସାମ୍ୟ ହରାଇ ଦୁର୍ଘଟଣା ହେବାରୁ ଜଣେ ଗୁରୁତର ହୋଇଛନ୍ତି।
/sambad/media/post_attachments/wp-content/uploads/2021/10/47209e1b-604d-4847-aae5-e38dc98ea79d.jpg)
ଗୁଜରାଟ ରାଜ୍ୟର ୩ଜଣ ଯୁବକ ଏକ କାର୍ରେ ରାୟପୁରରୁ ବ୍ରହ୍ମପୁର ଯାଉଥିବା ବେଳେ ଭାରସାମ୍ୟ ହରାଇ ଏନ୍ଏଚ୍ ୫୭ର ସାହାଜପାଲ ନିକଟସ୍ଥ ପଳସପାଟ ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗାଡ଼ିରେ ଥିବା ୩ ଜଣ ଯୁବକ ମଧ୍ୟରୁ ଅମୁଲ ପାଟିଲ (୩୪)ଙ୍କ ବାମହାତ ଭାଙ୍ଗି ଯାଇଥିଲା। ବଣ୍ଟି ପଟେଲ ଓ ରାଜେନ୍ଦ୍ର ପାଟିଲ ବି ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସରେ ଅମୁଲ ଓ ବଣ୍ଟିଙ୍କୁ ବୌଦ୍ଧ ଡାକ୍ତରଖାନା ପଠାଯାଇଛି। ଗାଡ଼ିରେ ପ୍ରେସ ଲେଖା ହୋଇଥିବା ବେଳେ ସେମାନେ ସାମ୍ବାଦିକ କି ନୁହେଁ ଜଣାପଡ଼ି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/2138888f-32bb-474e-95f7-86bbfe78160b.jpg)