ହାଟଡିହି : ବିଦ୍ୟୁତ୍ ଆଘାତରେ ଜଣେ ଆହତ

ହାଟଡିହି : ହାଟଡିହି ବ୍ଲକ ଗିରିଗାଁ ଗ୍ରାମରେ ବିଦ୍ୟୁତ୍ ଆଘାତରେ ଜଣେ ବ୍ୟକ୍ତି ଆହତ ହୋଇଥିବା ଜଣାଯାଇଛି। ଖବରରୁ ଜଣାଯାଇଛି ଯେ ଗତକାଲି ବର୍ଷାପବନ ପରେ ପରେ ଛିଣ୍ଡି ପଡ଼ିଥିବା କେବୁଲ ତାରକୁ ଉଠାଇବାକୁ ଗ୍ରାମବାସୀମାନେ ବିଦ୍ୟୁତ୍ ବିଭାଗର କର୍ମଚାରୀଙ୍କୁ ଜଣାଇଥିଲେ। କର୍ମଚାରୀମାନେ ପହଞ୍ଚି ତାରଟିକୁ ଗ୍ରାମବାସୀଙ୍କ ସହଯୋଗରେ ଉଠାଉ ଥିଲେ। ଏତିକିବେଳେ ହଠାତ ବିଦ୍ୟୁତ୍ ପ୍ରବାହ ହେବାରୁ ଗ୍ରାମର ସୁଦର୍ଶନ ଖଟୁଆଙ୍କୁ ଝଟକା ଲାଗିଥିଲା। ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର