ବାରହା ଶିକାର ପାଇଁ ବିସ୍ଫୋରକ ପ୍ରସ୍ତୁତି ବେଳେ ବିସ୍ଫୋରଣ, ଜଣେ ଗୁରୁତର

ଭଞ୍ଜନଗର/ବେଲଗୁଣ୍ଠା : ବେଲଗୁଣ୍ଠା ବ୍ଲକ କିରାପଲ୍ଲୀ ଗ୍ରାମରେ ବାରହା ଶିକାର ପାଇଁ ବିସ୍ଫୋରକ ପ୍ରସ୍ତୁତି ସମୟରେ ବିସ୍ପୋରଣ ଘଟି ଜ‌ଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଉଛନ୍ତି ଗଦାଧର ନାୟକ (୪୦)। ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି। ଗଦାଧର ଆଜି ବାରହା ଶିକାର ପାଇଁ ‌ବିସ୍ଫୋରକ ତିଆରି କରୁଥିବା ହଠାତ୍ ବିସ୍ଫୋରଣ ଘଟିଥିଲା। ବେଲଗୁଣ୍ଠା ଅଞ୍ଚଳରେ କିଛି ଶିକାରୀ ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ଜମିରେ ବିଦ୍ୟୁତ ତାର ବିଛାଉଥିବାର ନଜିର୍ ରହିଛି। ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର