ବାଣ ବିସ୍ଫୋରଣରେ ଶରୀର ଖଣ୍ଡଖଣ୍ଡ

ଜଣେ ଗୁରୁତର, ଜଣେ ଅଟକ, ୨୦ ପେଟି ବାଣ ଜବତ

ବାଣ ବିସ୍ଫୋରଣରେ ଶରୀର ଖଣ୍ଡଖଣ୍ଡ

ବିଂଝାରପୁର/ଯାଜପୁରସଦର : ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ବାସୁଦେବପୁର ଗାଁରେ ବାଣ ଭିଡ଼ାବେଳେ ଭୟଙ୍କର ବିସ୍ଫୋରଣ ଘଟିଛି। ବାଣ ଭିଡୁଥିବା ବ୍ୟକ୍ତିଙ୍କ ଶରୀର ଛାତି ତଳୁ ଦୁଇଗଡ଼ ହେବାପରି ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି। ମୃତବ୍ୟକ୍ତି ବାସୁଦେବପୁର ଗ୍ରାମର କାଳନ୍ଦୀ ମଲ୍ଲିକ(୫୦)।

publive-image

ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ କାଳନ୍ଦୀ ବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ ହୋଇଥିଲା। ଫଳରେ, ନିମିଷକ ମଧ୍ୟରେ କାଳନ୍ଦୀଙ୍କ ପେଟ ପାଖରୁ ଅଧା ଶରୀର ଅଲଗା ହୋଇ ଖଣ୍ଡଖଣ୍ଡ ହୋଇଯାଇଥିଲ। କାଳନ୍ଦୀଙ୍କ ଝିଆରୀ ରାଜଲକ୍ଷ୍ମୀ ମଲ୍ଲିକ (୨୨) ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀର ବି ୬୦ ଭାଗ​ ପୋଡ଼ିଯାଇଛି। ତେବେ, ବାଣ ବିସ୍ଫୋରଣକୁ ପରିବାର ପକ୍ଷରୁ ପ୍ରଥମେ ଖଣ୍ଡନ କରାଯାଇଥିଲା। ୧୦୮ କର୍ମଚାରୀ ଏହା ବାଣ ବିସ୍ଫୋରଣ ବୋଲି ସୂଚନା ଦେଇଥିଲେ। ସେହିପରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ନୀଳମଣି ତିଲକ ଚାନ୍ଦ ବେହେରା ମଧ୍ୟ ଏହା ବାଣ ବି​ସ୍ଫୋରଣଜନିତ ବୋଲି କହିଛନ୍ତି।

publive-image

ଖବର ପାଇ ଯାଜପୁର ଭାରପ୍ରାପ୍ତ ଏସଡିପିଓ ପ୍ରମୋଦ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଅଳକୁଣ୍ଡ ଆଇଆଇସି ପ୍ରଶାନ୍ତ କୁମାର ଦାଶ, ଏସ୍‌ଆଇ ଅସିତ କୁମାର ବଳବନ୍ତରାୟଙ୍କ ସମେତ ବିଂଝାରପୁର ପୁଲିସ ପହଞ୍ଚି ତଦନ୍ତ କରିଥିଲେ। କାଳନ୍ଦୀଙ୍କ ଘରୁ ୨୦ ପେଟିରୁ ଅଧିକ ବାଣ ଓ ବାଣ ତିଆରି ସାମଗ୍ରୀ ଜବତ କରିଥିଲେ। ଏ ଘଟଣାରେ କାଳନ୍ଦୀଙ୍କ ଭାଇ ତଥା ରାଜଲକ୍ଷ୍ମୀଙ୍କ ବାପା ଜଳଧର ମଲ୍ଲିକଙ୍କୁ ପୁଲିସ ଗିରଫ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି।

publive-image

ଉଲ୍ଲେଖଯୋଗ୍ୟ ଯେ ୧୫ ବର୍ଷ ତଳେ ବାଣ ବିସ୍ଫୋରଣରେ କାଳନ୍ଦୀଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୮-୧୦ ବର୍ଷ ତଳେ ବିସ୍ଫୋର​ଣରେ କାଳନ୍ଦୀ ମଧ୍ୟ ଆହତ ହୋଇଥିଲା। ଏହାପରେ ମଧ୍ୟ ସେ ବାଣଭିଡ଼ା ଜାରି ରଖିଥିଲେ। ଶେଷରେ ଆଜି ବାଣ ଭିଡୁଭିଡୁ ହିଁ ତାଙ୍କର ଜୀବନ ଚାଲିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe