ଜଙ୍ଗଲରେ ନିଆଁ ଲିଭାଉଥିବା ବେଳେ ଜଳିଲେ ୱାଚର, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ରାଇରଙ୍ଗପୁର : ମୟୁରଭଂଜ ଜିଲ୍ଲାରେ ପ୍ରତ୍ୟେକ ଦିନ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଖବର ସାମ୍ନାକୁ ଆସୁଛି ! ତେବେ ସୋମବାର ଦିନ ବାଦାମପାହାଡ଼ ରେଞ୍ଜ ଉକାମପାହାଡ଼ ଜଙ୍ଗଲର ୩ଟି ଜାଗାରେ ନିଆଁ ଲାଗିବା ଖବର ପାଇ ଟିଆକାଠି ଡୁଙ୍ଗୁରୀ ସାହି ବନ ସୁରକ୍ଷା ସମିତି ନିଆଁ ଲିଭାଇବା ନେଇ ଅଣ୍ଟା ଭିଡିଥିଲା ! ନିଆଁ ଲିଭାଉଥିବା ବେଳେ ହଠାତ ସାମନା ପଟୁ ପବନ ଦେବା ଫଳରେ ଜଣଙ୍କର ଦେହରେ ନିଆଁ ଲାଗିଯାଇଥିଲା ! ସହଯୋଗୀ ମାନେ ତାଙ୍କୁ ନିଆଁରୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ! ଗୁରୁତର ଯୁବକ ଜଣକ ବନ ବିଭାଗର ଟିଆକାଠି ବନ ସୁରକ୍ଷା ସମିତିର ୱାଚର ଭାବେ କାର୍ଯ୍ୟରତ ବୋଲି ଜଣାପଡିଛି ! ଯୁବକ ଜଣକ ହେଲେ ବିଶୋଇ ବ୍ଲକ ଟିଆକାଠି ଗ୍ରାମର ଗୋବିନ୍ଦ ଟୁଡୁ ! ବନ ସୁରକ୍ଷା ସମିତିର ସହାୟତାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ବନ ବିଭାଗ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝୁଥିବା ଜଣାପଡିଛି !

ସମ୍ବନ୍ଧିତ ଖବର