ମୁରିବାହାଲ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ଟୁପାଉଡ଼ାର ଗାଁରେ ରବିବାର ସନ୍ଧ୍ୟାରେ ଝଡ଼ବର୍ଷା ହୋଇଥିଲା। ଜୋର୍ରେ ପବନ ହେବାରୁ ଗାଁର ଶଶି ବାଗଙ୍କ ଆଜବେଷ୍ଟସ୍ ଘର ଭାଙ୍ଗିଯାଇଥିଲା। ଫଳରେ ଶଶି ଗୁରୁତର ଆହତ ହୋଇଛନ୍ତି। ସେହିପରି ତାଙ୍କ ପରିବାରର ଅନ୍ୟ ୩ ଜଣ ସଦସ୍ୟ ମଧ୍ୟ ଆହତ ହୋଇଛନ୍ତି। ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ଟିଟିଲାଗଡ଼ ଡାକ୍ତରଖାନାକୁ ନେଇଥିଲେ। ପରେ ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏହି ପରିବାରକୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।
ଟୁପାଉଡ଼ାରରେ ଝଡ଼ ବର୍ଷା, ଘର ଭାଙ୍ଗି ଜଣେ ଗୁରୁତର
/sambad/media/post_attachments/wp-content/uploads/2023/09/4bb7aa54-e5c0-45b7-ad80-645f6bacbda9.jpeg)