ଗାଈ ଜଗୁଆଳିଙ୍କୁ ଗୁଳି ମାଡ଼

କୋରାପୁଟ : ସହିଦ ସପ୍ତାହ ଚାଲିଥିଲା ବେଳେ କୋରାପୁଟ ଜିଲ୍ଲାରେ ଜଣେ ସାଧାରଣ ବ୍ୟକ୍ତିଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି ମାଓବାଦୀ। ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ ପଟାଙ୍ଗୀ ଥାନା ଗାଲିଗବଦର ଗାଁର ଲଦା ପାଙ୍ଗୀ (୩୫)। ସୂଚନା ଅନୁସାରେ, ଲଦା ପାଙ୍ଗୀ ଗାଈ ଚରାଇବା ପାଇଁ ଆଜି ସକାଳେ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ସନ୍ଧ୍ୟା ପ୍ରାୟ ସାଢେ ୫ଟା ବେଳକୁ ସେ ଜଙ୍ଗଲରୁ ଗାଈ ନେଇ ଘରକୁ ଫେରିବା ସମୟରେ ତାଙ୍କୁ ପଛପଟୁ ଗୁଳି ବାଜିଥିଲା। ସେ କିଛି ବୁଝିବା ଆଗରୁ ୪ ରାଉଣ୍ଡ ଗୁଳି ତାଙ୍କ ଦେହରେ ଲାଗିଥିଲା। ଫଳରେ ଘଟଣା ସ୍ଥଳରେ ପଡି ଯାଇଥିଲେ। ପରେ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି କୋରାପୁଟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏଠାରେ ପହଞ୍ଚିବା ପରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଛି। ତାଙ୍କ ଅବସ୍ଥା ଏବେ ସ୍ଥିର ରହିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର