ଭାଲୁ ଆକ୍ରମଣରେ ଜଣେ ଗୁରୁତର

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ ମହିମା ଗ୍ରାମର ଭଗବାନ ନାଏକ (୫୦ ବର୍ଷ) ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ଶନିବାର ସକାଳେ ଗାଧୋଇବା ପାଇଁ ବେହେରା ନଦୀକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। କୌଣସି ପ୍ରକାରେ ସେ ଭାଲୁ ହାବୁଡ଼ରୁ ଖସି ଆସିଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଆମ୍ବୁଲାନ୍ସରେ ନେଇ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଖବର ପାଇ ଘଣ୍ଟିଗୁଡ଼ା ବିଟ୍‌ ଫରେଷ୍ଟ ଗାର୍ଡ ଗିରିଧାରୀ ଗଉଡ଼ ଡାକ୍ତରଖାନାକୁ ଆସି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିଛନ୍ତି। ପ୍ରାଥମିକ ଚିକିତ୍ସା ପରେ ଧର୍ମଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବନ ବିଭାଗର ନିୟମ ଅନୁସାରେ ତାଙ୍କୁ ଆର୍ଥିକ ସହାୟତା ପାଇଁ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦିଆଯିବ ବୋଲି ଶ୍ରୀ ଗଉଡ଼ କହିଛନ୍ତି।

ସୂଚନାଥାଉକି ସାହାଜଖୋଲ ଜଙ୍ଗଲରୁ ବ୍ୟାପକ ମାତ୍ରାରେ ଗଛ କଟାଯାଉଛି। କିଛି ଅସାଧୁ ଲୋକ ଗଛ କାଟି ମକା ଚାଷ କରୁଥିବାରୁ ଏହି ଅଞ୍ଚଳରେ କ୍ରମାଗତ ଭାଲୁ ଆକ୍ରମଣ ବୃଦ୍ଧି ପାଇଛି। ଜଙ୍ଗଲ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର