ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା କେଞ୍ଜରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗାଁ ସ୍କୁଲ ନିକଟରେ ଏକ ଗୁଳିମାଡ଼ ହୋଇଛି। ଏଥିରେ ପଞ୍ଚାନନ ମିଶ୍ର (୫୨ବର୍ଷ) ଗୁରୁତର ଆହତ ହୋଇଛନ୍ତି। ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା କୁହାଯାଉଥିବା ବେଳେ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment

ସୂଚନା ଅନୁସାରେ, ପଞ୍ଚାନନ ରାତି ୮ଟାରେ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଉକ୍ତ ସ୍ଥାନରେ ବାଘରତୈଲା ଗାଁର ଛବୀନ୍ଦ୍ର ନାଏକ, ତାଙ୍କ ବାପା ଘାସି ନାଏକ ଏବଂ ଅନ୍ୟ ଜଣେ ସୁପାରି କିଲର୍ ଉପସ୍ଥିତ ଥିଲେ। ସେହି ରାସ୍ତାରେ ପଞ୍ଚାନନ ଆସିବା ପରେ ତାଙ୍କ ଉପରକୁ ଛବୀନ୍ଦ୍ର ନାଏକ ୫ ରାଉଣ୍ଡ ଗୁଳି ଚାଳନା କରିଥିବା ଅଭିଯୋଗ ହୋଇଛି। ପଞ୍ଚାନନଙ୍କ ମୁଣ୍ଡ ଓ ପିଠିରେ ଗୁଳି ବାଜିଥିବା ବେଳେ ସେ ଗୁରୁତର ହୋଇଛନ୍ତି। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅନ୍ୟପକ୍ଷରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସେହି ସ୍ଥାନକୁ ସିଲ୍ କରି ଛାନ୍‌ଭିନ୍ ଜାରି ରଖିଛି।