ସିଆରପିଏଫ୍‌ ଯବାନଙ୍କ ମଧ୍ୟରେ ବଚସାରୁ ଗୁଳି ଫୁଟିଲା; ଜଣେ ମୃତ, ୨ ଆହତ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ସିଆରପିଏଫ୍‌ ଯବାନଙ୍କ ମଧ୍ୟରେ ବଚସା ହୋଇଛି। ଯବାନଙ୍କ ମଧ୍ୟରେ ହୋଥିବା ଯୁକ୍ତିତର୍କ ଉଗ୍ର ରୂପ ନେବା ପରେ ଗୁଳି ଫୁଟିଛି। ଏଥିରେ ୨ ଜଣେ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଛତିଶଗଡର ଜଗଦଲପୁର ଠାରେ ଅବସ୍ଥାପିତ ୨୪୧ ସିଆରପିଏଫ୍‌ ବାଟାଲିଅନରେ ତିନି ଜଣ ଯବାନଙ୍କ ମଧ୍ୟରେ ବଚସା ହୋଇଥିଲା। ଯୁକ୍ତିତର୍କ ଉଗ୍ର ନେବାରୁ ଗୁଳି ଫୁଟିଥିଲା। ଏଥିରେ ଜଣେ ଯବାନ ମୃତ୍ୟୁବରଣ କରିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। କୌଣସି ଏକ କଥାକୁ ନେଇ ତିନି ଜଣଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ତେବେ ହଠାତ ଜଣେ ଯବାନ ରାଗିଯାଇ ଆଉ ଦୁଇ ଜଣ ଯବାନଙ୍କ ଉପରେ ଗୁଳି ଚଳାଇ ଦେଇଥିଲେ। ପରେ ନିଜ ଉପରକୁ ମଧ୍ୟ ଗୁଳି କରିଥିଲା। ଏହି ତିନି ଜଣ ଯବାନଙ୍କ ମଧ୍ୟରୁ ଜଣେ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଯବାନ ଗୁରୁତର ଆହତ ହୋଇଥିଲେ। ତୁରନ୍ତ ଆହତ ଯବାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର