ହତ୍ୟା କରିବା ପରେ ମୁଣ୍ଡ କାଟିନେଲେ ଦୁର୍ବୃତ୍ତ, ସମ୍ବଲପୁରରେ ଚାଞ୍ଚଲ୍ୟ

ସମ୍ବଲପୁର: ଅଇଁଠାପାଲି ଥାନା ଅନ୍ତର୍ଗତ ତିଳେଇମାଳରେ ସୀମା ଟପିଲା ବର୍ବରତା | ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ମୁଣ୍ଡକାଟି ନେଇଗଲେ ଦୁର୍ବୃତ୍ତ | ଯାହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି | ମିଳିଥିବା ସୂଚନା ମୁତାବକ ସତ୍ୟନାରାୟଣ ମୁଣ୍ଡା ନିଜ ଘର ବାହାରେ ମଶାରୀ ଟାଣି ଶୋଇଥିଲେ | ଭୋରରୁ ସତ୍ୟନାରାୟଣଙ୍କର ହତ୍ୟା ହୋଇଥିବାର ପରିବାର ଲୋକ ଦେଖିଥିଲେ |

ରାତ୍ର ପ୍ରାୟ ୨ଟାରୁ ୫ଟା ମଧ୍ୟରେ କେହି ଦୃବୁର୍ତ୍ତ ତାଙ୍କୁ ହତ୍ୟା କରିଥିବାର ପରିବାର ଲୋକ କହିଛନ୍ତି | ଗାଁ ମଝିରେ ଏଭଳି ଏକ ହତ୍ୟାକାଣ୍ଡ ହୋଇଥିବାରୁ କେହି ପରିଚିତ ଲୋକଙ୍କର ଏଥିରେ ସମ୍ପୃକ୍ତି ରହିଥିବାର ସନ୍ଦେହ କରାଯାଉଛି | ବିଳମ୍ବିତ ରାତିରେ ଏଭଳି ଏକ ହତ୍ୟାକାଣ୍ଡ ଘଟିଥିବାବେଳେ ମୃତଦେହର ମୁଣ୍ଡ ନଥିବା ଦେଖିବାକୁ ମିଳିଛି | ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲିସ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହ ପହଞ୍ଚି ଛାନଭିନ ଚଳାଇଛି |

ସମ୍ବନ୍ଧିତ ଖବର