ଭଦ୍ରକ: ଆଜି ରାତିରେ ଦୁର୍ଗା ମୂର୍ତ୍ତି ଭସାଣି ବେଳେ ଦୁଇ ଯୁବକ ସାଳନ୍ଦୀ ନଦୀରେ ଭାସିଯାଇଥିବା ବେଳେ ଜଣେ ଯୁବକ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ନିଖୋଜ ରହିଛି। ସୂଚନାରୁ ପ୍ରକାଶ ଯେ, ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ବାଉଦ୍ପୁର ସାଳନ୍ଦୀ ନଦୀ ଘାଟରେ ଆଜି ରାତିରେ ମା ଦୁର୍ଗା ମୂର୍ତ୍ତି ଭସାଣି ଚାଲୁଥିବା ବେଳେ ଜନୁଗଞ୍ଜ ଅଞ୍ଚଳର ଦୁଇ ଜଣ ଯୁବକ ନଦୀର ସ୍ରୋତରେ ଭଡି ଯାଇଥିଲେ। ଜଣେ ଯୁବକଙ୍କୁ ନଦୀରୁ ଉଦ୍ଧାର କରାଯାଇ ଥିବା ବେଳେ ଅନ୍ୟ ଜଣେ ଯୁବକ ନିଖୋଜ ରହିଛି। ଉଦ୍ଧାର ହୋଇଥିବା ଯୁବକ ଜଣଙ୍କ ନାମ ବିଦ୍ୟା ସାରଥୀ ନାୟକ। ବୟସ ୧୮ ବର୍ଷ। ତାଙ୍କ ଘର ଜନୁଗଞ୍ଜ ଗ୍ରାମରେ ବୋଲି ଜଣାପଡିଛି। ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିଥିବା ଜଣାପଡ଼ିଛି। ଭାଡି ଯାଇଥିବା ଅନ୍ୟ ଜଣେ ଯୁବକଙ୍କ ପରିଚୟ ମିଳି ନଥିବା ବଳେ ତାଙ୍କର ପତ୍ତା ମିଳୁ ନାହିଁ। ଘଟଣା ସ୍ଥଳରେ ଭଦ୍ରକ ଦମକଳ ବାହିନୀ ପହଞ୍ଚି ଖୋଜା ଖୋଜି କରୁଛି।
ସାଳନ୍ଦୀରେ ଭସାଣି ବେଳେ ଭସିଗଲେ ୨ ଯୁବକ: ଜଣେ ଉଦ୍ଧାର, ଜଣେ ନିଖୋଜ
/sambad/media/post_attachments/wp-content/uploads/2018/09/drawn.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)