ଭୁବନେଶ୍ବର : ମହାବାତ୍ୟା ପରବର୍ତୀ ପରିସ୍ଥିତିରେ ଭିତ୍ତିଭୂମି ନିର୍ମାଣ େକ୍ଷତ୍ରରେ ସବୁଠାରୁ ବଡ଼ ପଦକ୍ଷେପଟି ଥିଲା, ବାତ୍ୟା ଆଶ୍ରୟସ୍ଥଳ। େଗାଟିଏ କି ଦୁଇଟି ନୁେହଁ, ବାତ୍ୟା ପ୍ରବଣ ଅଞ୍ଚଳରେ ୮୭୯ଟି ଏଭଳି ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି। ଫାଇଲିନ୍, ହୁଡହୁଡ ଓ ତିତିଲିର ମୁକାବିଲା େକ୍ଷତ୍ରରେ ରାଜ୍ୟ ସରକାର ବିଶ୍ବ ଦରବାରରୁ ବିପର୍ଯ୍ୟୟ ମୁକାବିଲା ଦିଗରେ େଯଉଁ ପ୍ରଶଂସା େଗାଟାଇଛନ୍ତି, ସେଥିରେ ଏସବୁ ଆଶ୍ରୟସ୍ଥଳର ଅବଦାନ ସବୁଠାରୁ ଅଧିକ। କାରଣ, େଲାକଙ୍କୁ ଉଦ୍ଧାର ପରେ ତତ୍କାଳ ଥଇଥାନ ପାଇଁ ଆଶ୍ରୟସ୍ଥଳ େବଶି ଉପଯୋଗୀ ସାବ୍ୟସ୍ତ େହାଇଆସୁଛି। ବିପର୍ଯ୍ୟୟ ଜନିତ ମୃତ୍ୟୁ କମାଇବା େକ୍ଷତ୍ରରେ ଏସବୁ ବଡ଼ ଦାୟିତ୍ବ ନିଭାଉଛନ୍ତି। ବନ୍ୟା ବିପର୍ଯ୍ୟୟ ସମୟରେ ମଧ୍ୟ ଆଶ୍ରୟସ୍ଥଳ ସରକାରଙ୍କ ପାଇଁ ସବୁଠାରୁ ବଡ଼ ସମ୍ବଳ େହାଇଥାଏ।

Advertisment

େମ’ ୨ ତାରିଖରେ ‘ଫନି’ମୁକାବିଲା ପାଇଁ ରାଜ୍ୟ ସରକାର ପାଗ ଭିଡିଲେ। ବଛା ବଛା ଆଇଏଏସ୍ ଅଫିସରଙ୍କୁ ଜିଲ୍ଲା ଦାୟିତ୍ବ ଦିଆଗଲା। ଗଣମାଧ୍ୟମରେ ସରକାର ଦାବି କଲେ େଯ ୧୨ଲକ୍ଷ େଲାକଙ୍କୁ ଉଦ୍ଧାର କରାଯାଇଛି।

publive-image

ହେଲେ, ସେ ସମୟରେ େଯଉଁ ଅପ୍ରିୟ ସତ୍ୟଟି ସାମ୍ନାକୁ ଆସିଲା, ତାହା ହେଲା ଆଶ୍ରୟସ୍ଥଳର ଦୁରାବସ୍ଥା। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏକାଧିକ ପଦାଧିକାରୀ ରାଜ୍ୟ ସରକାରଙ୍କୁ ଇତିମଧ୍ୟରେ ଜଣାଇଛନ୍ତି େଯ ଉପକୂଳବର୍ତୀ ଅଞ୍ଚଳରେ େଯଉଁ ବାତ୍ୟା ଆଶ୍ରୟସ୍ଥଳ ରହିଛି, େସ ମଧ୍ୟରୁ ଅନେକ କେବେ ନିଜେ ବିପର୍ଯ୍ୟୟ କାରଣ େହାଇପାରନ୍ତି। ଆଉ ଫନିର ମାସକ ପରେ ଅର୍ଥାତ୍ ଆଜି ଦିନରେ କିଛି ବାତ୍ୟା ଆଶ୍ରୟସ୍ଥଳର ଚିତ୍ର ବୟାନ କରୁଛି, ଜୁନ ଦ୍ବିତୀୟ ସପ୍ତାହରେ ମୌସୁମୀ ସକ୍ରିୟ ହେବାପରେ ପୁଣି ଥରେ ବିପର୍ଯ୍ୟୟର ଡର େଦଖାଦେବ। ସେତେବେଳକୁ ଏସବୁ ଆଶ୍ରୟସ୍ଥଳ ମଧ୍ୟରୁ ଅନେକ ସହାୟତା ତ କରିବେ ନାହିଁ, ବରଂ ଦୁଃଖର କାରଣ ସାଜିପାରନ୍ତି।

ଓସଡମା ପକ୍ଷରୁ ନିର୍ମାଣ େହାଇଥିବା ବାତ୍ୟା ଆଶ୍ରୟସ୍ଥଳ େବଶ ଭଲ ଅଛି। କିନ୍ତୁ ମହାବାତ୍ୟା ପରେ ବିଭିନ୍ନ ସଂସ୍ଥା ଓ ଅନ୍ୟ ରାଜ୍ୟ ସରକାର େଯଉଁ ସବୁ ଆଶ୍ରୟସ୍ଥଳ ନିର୍ମାଣ କରିଥିଲେ, େସ ମଧ୍ୟରୁ ଅଧିକାଂଶ ସ୍ଥିତି ଦୁର୍ବଳ େହାଇଗଲାଣି। ଏସବୁରୁ ଅଧିକାଂଶ ବିଦ୍ୟାଳୟ ଭାବେ ବ୍ୟବହାର ହୁଏ। ବାତ୍ୟା ସମୟରେ ଆଶ୍ରୟସ୍ଥଳ ଦାୟିତ୍ବ ତୁଲାଇଥାଏ। ଏବେ ଏଗୁଡିକର ସ୍ଥିତି ଯାଞ୍ଚ କରିବା ଅପରିହାର୍ଯ୍ୟ େହାଇପଡିଛି।

ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳକୁ ସରକାର ୩୨ଟି ଉପକରଣ େଯାଗାଇଛନ୍ତି। ଆସ୍କା ଲାଇଟ୍ ଠାରୁ ଆରମ୍ଭ କରି କଟର ମେସିନ୍ ଯାଏ। କେବଳ ସେତିକି ନୁେହଁ, ଓସଡମା ମୁଖ୍ୟ ବିଷ୍ଣୁପଦ ସେଠୀ କହିଛନ୍ତି, ୫ଲକ୍ଷ ଟଙ୍କା ପ୍ରତି ଆଶ୍ରୟସ୍ଥଳକୁ କର୍ପସ ଫଣ୍ଡ ଦିଆଯାଇଛି। ଏହାର ସୁଧରେ େଛାଟ େମାଟ ରକ୍ଷଣାବେକ୍ଷଣ ହେବ। ଏକ କମିଟି କରାଯାଇଛି, େଯଉଁଥିରେ ସରପଞ୍ଚ ମୁଖ୍ୟ।
ଏସବୁ କଥା ଶୁଣିବା ବେଳକୁ େଯତିକି ଆଶ୍ବସ୍ତ କରୁଛି, ବାସ୍ତବତା କିନ୍ତୁ ଭିନ୍ନ। ଅଧିକାଂଶ ଉପକରଣ ଫନି ପୂର୍ବଦିନ ବ୍ୟବହାର କରିବା ବେଳେ କାମ କଲାନି। ଏବେ ବି ଅଧିକାଂଶ ଅସଜଡା ଅବସ୍ଥାରେ ରହିଛି। ଶହ ଶହ େଲାକଙ୍କୁ ସରକାର େଯତେବେଳେ ଥଇଥାନ କରୁଛନ୍ତି, େସସବୁରେ ମହିଳାଙ୍କ ପାଇଁ େଯତିକି ବାଥରୁମ୍ ଆଦି ଆବଶ୍ୟକ ସେତିକି ନାହିଁ। ସଂଖ୍ୟାଧିକ ସ୍ଥାନରେ ଏହି କମିଟି େବଶ ପ୍ରଭାବୀ ନାହିଁ।

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଦିଗରେ ସବୁଠାରୁ ବଡ କଥା େହଉଛି, ଓଡ଼ିଶା ବାତ୍ୟା ପ୍ରବଣ େହାଇଥିବା କାରଣରୁ ଉପକୂଳରୁ ୧୦୦ କିେଲାମିଟର ଯାଏ ସରକାର ବାତ୍ୟା ମୁକାବିଲା ପାଇଁ ତିନିଟି ଦିଗରେ ସର୍ବାଧିକ ପ୍ରସ୍ତୁତି କରିବା ଦରକାର। ବାତ୍ୟା ଆଶ୍ରୟସ୍ଥଳୀଗୁଡିର ସାନି ଯାଞ୍ଚ ଆବଶ୍ୟକ। ଆଶ୍ରୟସ୍ଥଳୀ ବ୍ୟତୀତ ମୁକାବିଲା ବେଳେ ଶହ ଶହ ବିଦ୍ୟାଳୟକୁ ମଧ୍ୟ େଲାକଙ୍କ ରହିବାସ୍ଥଳୀ ଭାବେ ବ୍ୟବହାର କରାଯାଉଛି। ଏଣୁ ବାତ୍ୟା ପ୍ରବଣ ଅଞ୍ଚଳର ବିଦ୍ୟାଳୟକୁ ଓସଡମା ପକ୍ଷରୁ ନିର୍ମାଣ େହାଇଥିବା ଆଶ୍ରୟସ୍ଥଳ ଢାଞ୍ଚାରେ ନିର୍ମାଣ କରାଯିବା ଦରକାର।

ଦ୍ବିତୀୟତଃ, ଫନି ମୁକାବିଲା ବେଳେ ରାଜ୍ୟ ସରକାର ଶହ ଶହ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାକୁ ଆଣିଥିଲେ। ଏହା ଏକ ବଡ଼ ପଦକ୍ଷେପ ଥିଲା। ହେଲେ ସେମାନଙ୍କ ପାଇଁ େଯତିକି ପ୍ରସ୍ତୁତି ଡାକ୍ତରଖାନାରେ େହବା ଦରକାର, ତାହା ସମ୍ଭବତଃ ନଥିଲା। ତୃତୀୟତଃ, ବାତ୍ୟା ପ୍ରଭାବିତ ଅଞ୍ଚଳର ସରପଞ୍ଚମାନଙ୍କୁ ଏସବୁ ଭିତ୍ତିଭୂମିର ପ୍ରତ୍ୟକ୍ଷ ତଦାରଖ ଦେବାର ଆବଶ୍ୟକତା ରହିଛି। କେବଳ ସେତିକି ନୁେହଁ, ପଞ୍ଚାୟତ ଓ ପଞ୍ଚାୟତସମିତିର ପ୍ରତି ବୈଠକରେ ବାତ୍ୟା ଆଶ୍ରୟସ୍ଥଳୀଗୁଡିକ ସଂପର୍କରେ ଏକ ସୁବିସ୍ତୃତ ରିେପାର୍ଟ ପ୍ରସ୍ତୁତ େହବା ଦରକାର। ଯାହାକୁ ଜିଲ୍ଲାପାଳମାନେ ଜିଲ୍ଲା ଗସ୍ତ ସମୟରେ ନିଶ୍ଚିତ ତଦାରଖ କରିବେ।

ଓସଡମା ଦାୟିତ୍ବରେ ଥିବା ସ୍ବତନ୍ତ୍ର ରିଲିଫ୍ କମିସନରଙ୍କର କହିବା କଥା େହଉଛି, ମହାବାତ୍ୟା ପରବର୍ତୀ ସମୟରେ େଯଉଁ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ େହାଇଥିଲା, େସଥିରେ ଅନେକ ତ୍ରୁଟି ଥିଲା। କିନ୍ତୁ ପରବର୍ତୀ ସମୟରେ ଓସଡମା ଅନେକ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରିଛି, େଯଉଁଥିରେ ସବୁ ଦିନକୁ ଧ୍ୟାନ ଦିଆଯାଇଛି। ତା ସତ୍ତ୍ବେ ଫନି ପରେ ସରକାର ଦୁଇଟି ନିଷ୍ପତ୍ତି େନଇଛନ୍ତି। ଏଣିକି ବାତ୍ୟା ଆଶ୍ରୟସ୍ଥଳୀଗୁଡିକର ବଡ଼ ମରାମତି ଦାୟିତ୍ବ ଗ୍ରାମ୍ୟ ଉନ୍ନୟନ ବିଭାଗ କରିବ। ଖୁବ୍ ଶୀଘ୍ର ବିଭାଗୀୟ ଯନ୍ତ୍ରୀମାନେ ସବୁ ବାତ୍ୟା ଆଶ୍ରୟସ୍ଥଳ ବୁଲି ସ୍ଥିତି ଯାଞ୍ଚ କରିବେ ଓ ତାଙ୍କ ରିେପାର୍ଟ ଆଧାରରେ ମରାମତି େହବ। ଏହାବ୍ୟତୀତ ନିୟମିତ ତଦାରଖ ଦାୟିତ୍ବ ପଞ୍ଚାୟତିରାଜ ବିଭାଗ ତୁଲାଇବ।