ରାୟଗଡା: ଫେସ୍ବୁକ୍ରେ ଫେକ୍ ଆଇଡି ଖୋଲି ବେକାରୀ ଯୁବକଯୁବତୀମାନଙ୍କ ଠାରୁ ଲକ୍ଷାଧିକ ଟଂକା ଠକି ନେଇଥିବା ଜିଲ୍ଲାର ଗୁଡାରୀ ଥାନାରେ ଅଭିଯୋଗ ପରେ ସହଯୋଗୀ ଗିରଫ ହୋଇଛି। ଗତବର୍ଷ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିଲା। ଅଭିଯୁକ୍ତ ହେଲେ ବିମଳ କୁମାର ଦାସ।
ଘଟଣା ଅନୁଯାୟୀ ଫେସବୁକରେ ଜଣେ ପ୍ରଶାସକଙ୍କ ନାମରେ ଏକ ଫେକ ଆଇଡି ଖୋଲି ପ୍ରାୟ ୫୦ ହଜାର ଫୋଲରସ୍ କରି ଲୋକଙ୍କ ମିଥ୍ୟା କହି ଚାକିରି କରାଇ ଦେବା ବିଜ୍ଞାପନ ପ୍ରକାଶ କରିଥିଲେ ଗୁଡାରୀ ଅଂଚଳର ନାରାୟଣ ଗରଡିଆ ନାମକ ବ୍ୟକ୍ତି। ଏହି ଫେକ ଆଇଡିର ଜଣେ ଅନୁଗାମୀ ରହି ସ୍ଥାନୀୟ ଅଂଚଳର କିଛି ପିଲାଙ୍କୁ ଚାକିରି କରାଇ ଦେବା କହ ଟଂକା ନେଇଥିଲେ। ତେବେ ଏହି ଟଂକା ଢେଙ୍କାନାଳର ବିମଳ କୁମାର ଦାସଙ୍କୁ ଦେଇଥିଲେ। ଗୁଡାରୀ ଥାନା ଅଂଚଳର ଆସଡା ଗ୍ରାମର ୨ ଜଣ, ଫୁଲଗୁମୀ ଗ୍ରାମର ୨ ଜଣ ଏବଂ ଦିବାରସିଂ ଗ୍ରାମର ଜଣକର ପ୍ରାୟ ୧୨ ଲକ୍ଷ ଟଂକା ହଡପ କରାୟାଇଥିବା କୁହାଯାଇଥିଲା।
ତେବେ ଗୁଡାରୀ ପୁଲିସ ନିକଟରେ ଏତଲା ଦିଆଯିବା ପରେ ଏହାର ତଦନ୍ତ ଆରମ୍ଭ ହୋଇଥିଲା। ଗୁଡାରୀ ପୁଲିସ ଏହାର ତଦନ୍ତ କରି ଅନୁଗୁଳ ଅଂଚଳରୁ ବିମଳ କୁମାର ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସହଯୋଗୀ ନାରାୟଣ ଗରଡ଼ିଆ ମଧ୍ୟ ଏହି ଟଂକା ଆତ୍ମସାତରେ ସାମିଲ ଥିବା ପୁଲିସ ଅବଗତ ହେବା ପରେ ତାକୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଦୀନବନ୍ଧୁ ଶବର ପ୍ରକାଶ କରିଛନ୍ତି। ଏହି ଘଟଣାର ଅଧିକା ତଦନ୍ତ ଚାଲିଥିବା କୁହାଯାଇଛି।