ଭଦ୍ରକ ଜିଲ୍ଲାରୁ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦

ବ୍ରାହ୍ମଣୀଗାଁ ଓ ଅରଣ୍ଡୁଆ ଗ୍ରାମପଞ୍ଚାୟତକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା

ଭୁବନେଶ୍ବର: ଭଦ୍ରକ ଜିଲ୍ଲାରୁ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ୱେବସାଇଟରେ ଏହି ସୂଚନା ଦିଆଯାଇଛି। ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ଜଣେ ୪୦ ବର୍ଷୀୟ ବ୍ୟକ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି।

ଏହି ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ଭଦ୍ରକ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି। ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ, ଆକ୍ରାନ୍ତଙ୍କ ଘର ବାସୁଦେବପୁର ବ୍ଲକ ଅଞ୍ଚଳରେ ଓ ଏହା ଦ୍ବାରା ବାସୁଦେବପୁର ବ୍ଲକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭ରେ ପହଞ୍ଚିଛି।

ଆକ୍ରାନ୍ତ  ବାସୁଦେବପୁର ବ୍ଲକ ବ୍ରାହ୍ମଣୀଗାଁର ଜଣେ କଲିକତା ଫେରନ୍ତା ହାଇଥିବାରୁ  ବ୍ରାହ୍ମଣୀଗାଁ ଓ ଅରଣ୍ଡୁଆ ଗ୍ରାମପଞ୍ଚାୟତକୁ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷଣା କରାଯାଇଛି। ବାସୁଦେବପୁର ବ୍ଲକରେ ଆଜି ସୁଦ୍ଧା ୧୧ ପଞ୍ଚାୟତ ଓ ଜିଲ୍ଲାରେ ମୋଟ ୧୩ ପଞ୍ଚାୟତକୁ କଣ୍ଟେନମେଣ୍ଟ୍ ଜୋନ ଘୋଷଣା କରାଯାଇଛି।

ସଟଡାଉନ୍ ସମୟରେ ଭଦ୍ରକ ସହରରେ ପୁଲିସ ପକ୍ଷରୁ କଡ଼ା ପହରା ଦିଆଯାଉଛି। ଏଣେ ବାସୁଦେବପୁର ଉପରେ ସତର୍କ ଦୃଷ୍ଟି ଦେବାକୁ ପିଡି ଡିଆରଡିଏ, ତହସିଲଦାର ଓ ଥାନା ଆଇଆଇସି ପ୍ରମୁଖ ସେଠାରେ ଡେରା ପକାଇଛନ୍ତି।

ସମ୍ବନ୍ଧିତ ଖବର